ପୌର ନିର୍ବାଚନ : ବାଜିଲାଣି ଶଙ୍ଖ

52

ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ୍‌ କରି ଗାଁ ଦାଣ୍ଡରେ ଶଙ୍ଖ ଶବ୍ଦରେ ପ୍ରକମ୍ପିତ ହେଉଥିବା ବେଳେ ଏବେ ସହର ରେ ମଧ୍ୟ ଶଙ୍ଖ ଜୋର ରେ ବାଜିଲାଣି I ନିଜର ବିଜୟ ଧାରାକୁ ଅପ୍ରତିହତ କରି ସଗୌରବେ ଆଗେଇ ଚାଲିଛି ବିଜେଡି I ପୌର ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିଛି I ଯାହା ଜଣ ପଡୁଛି ଦୁଇଟି ଯାକ ନିର୍ବାଚନ ସମ୍ପୂର୍ଣ୍ଣ ଏକ ପାଖିଆ ହେଇଛି Iସକାଳୁ ଗଣତି ଆରମ୍ଭ ହେଉ ହେଉ ଆଗୁଆ ଥିବା ବିଜେଡି ଏବେ ବହୁ ଆସନରେ ଉଡ଼ାଇଲାଣି ନିଜ ବିଜୟ ବାନା। ଗଣତି ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଶଙ୍ଖ ଶବ୍ଦ ଶୁଣାଯାଇଥିଲା I ସେହି ଅଂଚଳ ଗୁଡିକ ବର୍ତ୍ତମାନ ବାଁ ରୋଷଣିରେ ଦୁଲୁକୁଛି Iମ୍ୟୁନିସିପାଲିଟି ସମେତ ବହୁ ଏନଏସି ଆସନ ବିଜେଡି ହାତେଇବାରେ କ୍ଷମ ହୋଇଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ପ୍ରତିଦ୍ୱନ୍ଦ୍ୱି ବିଜେପି ଓ କଂଗ୍ରେସ।
୧୦୮ଟି ଆସନରୁ ବିଜେଡି ୭୬ଟି ଆସନରେ, ବିଜେପି ୧୬ଟି ଆସନରେ, କଂଗ୍ରେସ ୭ଟି ଆସନରେ, ସ୍ବାଧୀନ ୯ଟି ଆସନରେ ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଆସନରେ ବିଜେଡି ଆଗୁଆ ଥିବା ବେଳେ କେତେକ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ଆସନରେ କାହାର ବିଜୟ ହୋଇଛି ଓ କିଏ ଆଗୁଆ ଅଛ
ଅନୁଗୁଳ- ପୌରାଧ୍ୟକ୍ଷ:-
ଅନୁଗୁଳ ମ୍ୟୁନିସିପାଲିଟି ୨ ନମ୍ବର ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ଉଷାରାଣୀ ସାମଲ ୯୧୮ ଭୋଟରେ ବିଜୟୀ ହୋଇଥିବା ସୂଚନ ମିଳିଛି ।
ସେହିପରି ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୧ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୨ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୩ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୪ରେ ବିଜେପି ବିଜୟୀ ।

ବଲାଙ୍ଗିର ଜିଲ୍ଲା- ପୌରାଧ୍ୟକ୍ଷ:
ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ ଅଛନ୍ତି ।
ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟୱାଲ ଆଗୁଆ ଅଛନ୍ତି ।
କଣ୍ଟାବାଂଜିରେ ବିଜେଡିର ବିନୟ ବିଭାର ଆଗୁଆ ଅଛନ୍ତି ।
ଟିଟିଲାଗଡ଼ରେ ବିଜେପିର ମମତା ଜୈନ ଆଗୁଆ ଅଛନ୍ତି ।

ବାଲେଶ୍ୱର-ପୌରାଧ୍ୟକ୍ଷ:
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ବିଜୟୀ ହୋଇଛନ୍ତି I

ବରଗଡ଼-ପୌରାଧ୍ୟକ୍ଷ:-
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ ଅଛନ୍ତି ।
ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ ଅଛନ୍ତି ।
ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ ଅଛନ୍ତି ।

ବୌଦ୍ଧ- ପୌରାଧ୍ୟକ୍ଷ:-
ବୌଦ୍ଧ ଏନଏସିରେ ବିଜେଡି ଚେୟାରପର୍ସନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଭୋଟରେ ବିଜୟୀ ହୋଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଗଣେଶ କୁମାର ଅଗ୍ରୱାଲଙ୍କୁ ହରାଇଛନ୍ତି ।

ଗଞ୍ଜାମ- ପୌରାଧ୍ୟକ୍ଷ:-
ବୁଗୁଡ଼ାରେ ବିଜେଡିର ଚିତ୍ରସେନ ପ୍ରଧାନ ଆଗୁଆ ।
ସୋରଡ଼ାରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ।
ଦିଗପହଣ୍ଡିରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ ।
ବେଲଗୁଣ୍ଠାରେ ବିଜେଡିର ଫିରୋଜ ସେଠୀ ବିଜୟୀ ।
ହିଞ୍ଜିଳିକାଟୁରେ ବିଜେପିର ସନ୍ତୋଷ ପାଣିଗ୍ରାହୀ ଆଗୁଆ ।
ଖଲ୍ଲିକୋଟରେ ବିଜେଡିର ନିରଞ୍ଜନ ବେହେରା ବିଜୟୀ ।
କୋଦଳାରେ ବିଜେପିର ସୂର୍ଯ୍ୟ ନାରାୟଣ ନାୟକ ବିଜୟୀ ।
ରମ୍ଭାରେ ବିଜେପିର ମାନସୀ ସ୍ୱାଇଁ ବିଜୟୀ ।
ଗଞ୍ଜାମରେ ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀ ୫୧ ଭୋଟରେ ବିଜୟୀ ।
ପୁରୁଷୋତ୍ତମପୁରରେ ବିଜେଡିର ରଶ୍ମିରେଖା ତ୍ରିପାଠୀ ଆଗୁଆ ।
ଗେପୋଳପୁରରେ ବିଜେଡିର ଏ.ଜାନକୀରାମ ବିଜୟୀ ।
ଚିକିଟିରେ ବିଜେଡିର ଦୀପା ସାହୁ ବିଜୟୀ ।
ଭଞ୍ଜନଗରରେ ବିଜେଡିର ଗୋପବନ୍ଧୁ ମହାପାତ୍ର ଆଗୁଆ ।
ଆସିକାରେ ବିଜେଡିର ବିନୋତ ସ୍ୱାଇଁ ବିଜୟୀ ।
କବିସୂର୍ଯ୍ୟନଗରରେ ବି ସିଏଚ୍ ଲକ୍ଷ୍ମୀ ସେଠୀ ବିଜୟୀ ।

ଗଜପତି- ପୌରାଧ୍ୟକ୍ଷ:-
କାଶୀନଗରରେ ବିଜେଡିର ଏମ. ସୁଧାରାଣୀ ଆଗୁଆ ।
ପାରାଳାଖେମୁଣ୍ଡିରେ ବିଜେଡିର ନିର୍ମଳା ସେଠୀ ଆଗୁଆ ।

ନୟାଗଡ଼- ପୌରାଧ୍ୟକ୍ଷ:-
ନୟାଗଡ଼ ମ୍ୟୁନିସିକାଲିଟିରେ ବିଜେଡିର ନିରୂପମା ଖଟେଇ ବିଜୟୀ ।
ଖଣ୍ଡପଡ଼ାରେ ସ୍ୱାଧୀନ ପ୍ରାର୍ଥୀ ଆରତି ପ୍ରଧାନ ବିଜୟୀ ।
ରଣପୁରରେ ବିଜେଡିର ରଙ୍ଗୀନ ମହାନ୍ତି ବିଜୟୀ ।

ନୂଆପଡ଼ା – ପୌରାଧ୍ୟକ୍ଷ:–
ନୂଆପଡ଼ା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ।
ଖରିଆର ରୋଡରେ ବିଜେପିର ସୋନିଆ ଜୈନ ବିଜୟୀ ।
ଖଡ଼ିଆଳରେ କଂଗ୍ରେସର ଉଜ୍ୱଳ ଗୁପ୍ତା ବିଜୟୀ ।

ନବରଙ୍ଗପୁର- ପୌରାଧ୍ୟକ୍ଷ:-
ନବରଙ୍ଗପୁରରେ ବିଜେପିର କୁନୁ ନାୟକ ବିଜୟୀ ।
ଉମରକୋଟରେ ବିଜେଡିର ରାଧା ଭତ୍ରା ବିଜୟୀ ।

ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ଆଗୁଆ ଅଛନ୍ତି ।

ପୁରୀ – ପୌରାଧ୍ୟକ୍ଷ:-
କୋଣାର୍କ ଏନଏସିରେ ବି ସଂଯୁକ୍ତା ତ୍ରିପାଠୀ ବିଜୟୀ ।
ନିମାପଡ଼ାରେ ବିଜେଡିର ସସ୍ମିତା ସାହୁ ଆଗୁଆ ।
ପିପିଲିରେ ବିଜେଡିର ସେକ୍ ବାବୁ ବିଜୟୀ ।

ଯାଜପୁର- ପୌରାଧ୍ୟକ୍ଷ:-
ଯାଜପୁର ବ୍ୟାସନଗରରେ ବିଜେଡି ପ୍ରାର୍ଥୀ ସଂଗୀତା ପିଙ୍ଗୁଆ ବିଜୟୀ ହୋଇଛନ୍ତି ।
ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଛନ୍ତି ।

କଟକ- ପୌରାଧ୍ୟକ୍ଷ:-
ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ବିଜୟୀ ।
ବାଙ୍କୀରେ ବିଜେଡିର ମାଣିକ ସାହୁ ବିଜୟୀ ।
ଚୌଦ୍ୱାରରେ ବିଜେଡିର ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ବିଜୟୀ ।

କଳାହାଣ୍ଡି- ପୌରାଧ୍ୟକ୍ଷ:-
ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ ହୋଇଛନ୍ତି ।
କେସିଙ୍ଗାର ବିଜେଡିର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି ।
ଜୁନାଗଡ଼ରେ ବିଜେପିର ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି ।
ଭବାନୀପାଟଣାରେ ବିଜେଡିର ସଂଯୁକ୍ତା ବେହେରା ବିଜୟୀ ହୋଇଛନ୍ତି ।

କନ୍ଧମାଳ- ପୌରାଧ୍ୟକ୍ଷ:-
ଫୁଲବାଣୀରେ ବିଜେପିର ସ୍ମିତାରାଣୀ ମହାନ୍ତି ବିଜୟୀ ହୋଇଛନ୍ତି ।

କୋରାପୁଟ- ପୌରାଧ୍ୟକ୍ଷ:-
ଜୟପୁରରେ କଂଗ୍ରେସର ନରେନ୍ଦ୍ର ମହାନ୍ତି ଆଗୁଆ ଅଛନ୍ତି ।
ବାଲିଗୁଡ଼ାରେ ବିଜେଡିର ଗୋବିନ୍ଦ ପ୍ରଧାନ ବିଜୟୀ ହୋଇଛନ୍ତି ।
ଜି.ଉଦୟଗିରିରେ ବିଜେଡିର ଭାନୁପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି ।
କୋଟପାଡ଼ରେ କଂଗ୍ରେସର ଏମ ଶଙ୍କର ରାଓ ବିଜୟୀ ।
କୋରାପୁଟରେ ବିଜେଡିର ଲଲାଟ ରଞ୍ଜନ ସେଠୀ ବି
ସୁନାବେଡ଼ାରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପାତ୍ର ବିଜୟୀ ।

କେନ୍ଦ୍ରାପଡ଼ା – ପୌରାଧ୍ୟକ୍ଷ:-
୩ ନମ୍ବର ୱାର୍ଡରେ କଂଗ୍ରେସର ତୁଳସୀ ହେମ୍ବ୍ରମ ବିଜୟୀ ।
୫ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ ବିଜୟୀ ।
୭ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି ବିଜୟୀ ।
୮ ନମ୍ବର ୱାର୍ଡରେ ବିଜେଡିର ସ୍ମୃତିପ୍ରଜ୍ଞା ଶତପଥୀ ବିଜୟୀ ।
୬ ନମ୍ବର ୱାର୍ଡରେ ବିଜେଡିର ପ୍ରଦୀପ ଜେନା ବିଜୟୀ ।
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୧ ନମ୍ବର ୱାର୍ଡରେ ବିଜେଡିର ପୁଷ୍ପଲତା ବେହେରା ବିଜୟୀ ।
୨ ୱମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ କାଳୀପ୍ରସାଦ ମିଶ୍ର ବିଜୟୀ ।
୪ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ ବିଜୟୀ ।

ଖୋର୍ଦ୍ଧା – ପୌରାଧ୍ୟକ୍ଷ:-
ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ ଅଛନ୍ତି ।

ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ବିଜୟୀ ।

ଢେଙ୍କାନାଳ- ପୌରାଧ୍ୟକ୍ଷ:-
ଢେଙ୍କାନାଳରେ ବିଜେପିର ଜୟନ୍ତୀ ପାତ୍ର ବିଜୟୀ ।
ଭୁବନେରେ ବିଜେଡିର ଶୁଭେନ୍ଦ୍ର ସାହୁ ବିଜୟୀ ।
କାମାକ୍ଷାନଗରରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ ।

ମୟୂରଭଞ୍ଜ- ପୌରାଧ୍ୟକ୍ଷ:-
କରଞ୍ଜିଆରେ ବିଜେଡ଼ିର ପପି ପୃଷ୍ଟି ବିଜୟୀ ।
ରାଇରଙ୍ଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ ବିଜୟୀ ।
ଉଦଳରାରେ ବିଜେପିର ପ୍ରମିଳା ପଣ୍ଡା ବିଜୟୀ ।

ମାଲକାନଗିରି ପୌରାଧ୍ୟକ୍ଷ:-
ବାଲିମେଳାରେ ବିଜେପିର ପ୍ରଦୀପ ନାଏକ ବିଜୟୀ ।
ମାଲକାନଗିରିରେ ବିଜେଡିର ମନୋଜ ବାରିକ ବିଜୟୀ ।

ସୁନ୍ଦରଗଡ଼- ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ଅଛନ୍ତି ।

ଜଗତସିଂହପୁର- ପୌରାଧ୍ୟକ୍ଷ:-
ଜଗତସିଂହପୁରରେ କଂଗ୍ରେସର ଅର୍ଚ୍ଚନା ସିଂହ ବିଜୟୀ ।
ପାରାଦୀପରେ ବିଜେଡିର ବସନ୍ତ ବିଶ୍ୱା ବିଜୟୀ ।

ଝାରସୁଗୁଡ଼ା-ପୌରାଧ୍ୟକ୍ଷ:-
ଝାରସୁଗୁଡ଼ାରେ ବିଜେଡିର ରାଣୀ ହାତୀ ଆଗୁଆ ।
ବେଲପାହାଡ଼ରେ କଂଗ୍ରେସର ନିମାଁଇ ପଣ୍ଡା ବିଜୟୀ ।
ବ୍ରଜରାଜନଗରରେ ବିଜେଡିର ଯାଜ୍ଞସେନୀ ଓରାମ ଆଗୁଆ ।

ରାୟଗଡ଼ା ପୌରାଧ୍ୟକ୍ଷ:-
ଗୁଡ଼ାରୀରେ ବିଜେଡିର ଶର୍ମିିଷ୍ଠା ଶବର ବିଜୟୀ ।
ଗୁଣପୁରରେ ସ୍ୱାଧୀନ ପ୍ରାର୍ଥୀ ମମତା ଗୌଡ଼ ବିଜୟୀ ।
ରାୟଗଡ଼ାରେ ବିଜେଡିର ମହେଶ ପଟ୍ଟନାୟକ ବିଜୟୀ ।

ସମ୍ବଲପୁର ପୌରାଧ୍ୟକ୍ଷ:-
କୁଚିଣ୍ଡାରେ ବିଜେଡିର ପ୍ରଦ୍ୟୁତ କୁମାର ମହାନ୍ତି ବିଜୟୀ ।
ରେଢ଼ାଖୋଲରେ ବିଜେପିର ଶିବରାମ ସାହୁ ବିଜୟୀ ।

ସୁବର୍ଣ୍ଣପୁର ପୌରାଧ୍ୟକ୍ଷ:-
ସୋନପୁରରେ ବିଜେଡିର ତାମସୀ ତାମସ୍ମିତା ନାୟକ ବିଜୟୀ ।
ବିନିକାରେ ବିଜେଡିର ସୁବାସ ଭୋଇ ବିଜୟୀ ।
ତରଭାରେ ବିଜେଡିର ବନ୍ଦିତା ନାୟକ ବିଜୟୀ ।

ସୁନ୍ଦରଗଡ଼ ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ବିଜୟୀ ।
ସୁନ୍ଦରଗଡ଼ରେ ବିଜେପିର ତନୟା ମିଶ୍ର ବିଜୟୀ ।
ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ ।

Comments are closed, but trackbacks and pingbacks are open.