ପୌର ନିର୍ବାଚନ :ଜଗତସିଂହପୁରରେ ପ୍ରଚାର କରୁଛନ୍ତି ସାଂସଦ ଓ ବିଧାୟକ

28

ଜଗତସିଂହପୁରରେ ପୌର ନିର୍ବାଚନକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଦିନ ରାତି ଏକ କରି ଘର ଘର ବୁଲି ପ୍ରଚାର ଅଭିଯାନ ଚଳାଇ ଥିବାର ଦେଖା ଯାଇଛି । ସେହିପରି ବିଭିନ୍ନ ୱାର୍ଡରେ ବିଜେଡିର କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଘରକୁ ଘର ବୁଲି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାର ଦେଖାଯାଇଛି । ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ସହିତ ସାଂସଦ ରାଜଶ୍ରୀ ମଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ସାମିଲ ହୋଇ ପ୍ରଚାରକୁ ଜୋରଦାର କରିଛନ୍ତି । ଏଥର ବିଜେଡି ନିଶ୍ଚୟ ପୌର ପରିଷଦ ଦଖଲ କରିବ ବୋଲି ଦଳର ବରିଷ୍ଠ ନେତା ମାନେ ଆଶାବାଦୀ ରହିଛନ୍ତି ।

Comments are closed, but trackbacks and pingbacks are open.