ପୌର ନିର୍ବାଚନ : ବିଏମସି ପାଇଁ ଚୂଡାନ୍ତ ହେଲା ପ୍ରାର୍ଥୀ ତାଲିକା,୬୭ ୱାର୍ଡର କର୍ପୋରେଟର ପାଇଁ ୨୮୯ ଜଣ ପ୍ରାର୍ଥୀ

25

ଆସନ୍ତା ୨୪ ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ୧୪ ତାରିଖ ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ଦିନରେ ୫୨ ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ବିଏମସି ପୌର ନିର୍ବାଚନ ପାଇଁ ସମୁଦାୟ ୩୪୧ ଜଣ ପ୍ରାର୍ଥୀ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମର ୬୭ଟି କର୍ପୋରେଟର ଆସନରେ ଏବେ ପ୍ରତିଦ୍ୱନ୍ଦ୍ୱିତା କରିବେ ୨୮୯ ଜଣ ପ୍ରାର୍ଥୀ । ଏହି ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ତଥା ଭୁବନେଶ୍ୱର ଏଡିଏମ ପ୍ରଫୁଲ୍ଲ ସ୍ୱାଇଁ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଥିବାରୁ ଆଜିଠୁ ପ୍ରଚାର ଜୋରଦାର ହେବ । ସମର୍ଥକଙ୍କୁ ନେଇ ନିଜ ନିଜ ୱାର୍ଡରେ ଗାଡି ଧରି ପ୍ରଚାର କରିବେ କର୍ପୋରେଟର ପ୍ରାର୍ଥୀ ।

Comments are closed, but trackbacks and pingbacks are open.