ପୌରନିର୍ବାଚନ : ପ୍ରକ୍ସି ଭୋଟର ଙ୍କୁ ନେଇ ଅସନ୍ତୋଷ

43

ଆଜି ସରିଛି ପୌରାଞ୍ଚଳ ମତଦାନ I ମତଦାନ ସମୟରେ କାଁ ଭାଁ ଗଣ୍ଡଗୋଳ କୁ ଛାଡିଦେଲେ ପ୍ରାୟ ସୁରୁଖୁରୁ ରେ ହୋଇଛି ମତଦାନ I.କିନ୍ତୁ ଅନେକ ସ୍ଥାନ ରେ ଇଭିଏମ ମେସିନ ଅଚଳ କୁ ନେଇ ଭୋଟର ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା I ସେହିଭଳି ଅନ୍ୟ କେତୋଟି ସ୍ଥାନରେ ପ୍ରାର୍ଥୀ,ମାନେ ଭୋଟର ଙ୍କୁ ଟଙ୍କା ବାଂଟୁଥିବା ନେଇ ଅଭିଯୋଗ ଆସିଥିଲା I ସେହିପରି କୋରାପୁଟ ଜୟପୁର ରେ ୨୬ ନମ୍ବର ୱାର୍ଡରେ ଜାଲ୍ ଭୋଟ୍ ନେଇ ଉତ୍ତେଜନା ଦେଖାଦେଇଛି । ଭୋଟରଙ୍କ ବଦଳରେ ଅନ୍ୟଜଣେ ଭୋଟ୍ ଦେଇଥିବା ଅର୍ଥାତ ପ୍ରକ୍ସି ଭୋଟ ଦେଇଥିବା ଅଭିଯୋଗ ହୋଇଛି । ଗୋଟିଏ କି ଦୁଇଟି ନୁହେଁ ୧୫ରୁ ଅଧିକ ଭୋଟ୍ ଜାଲ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ବାରଣ କରାଯାଇଥିଲା ଇ ଏହା ସହିତ ଜଣ ଅସନ୍ତୋଷ ଦେଖାଦେଇଥିଲା ଇ ଲୋକେ ଅଭିଯୋଗ କରିଥିଲେ କି ପୋଲିଂ ଅଫିସର ଏବଂ ପୋଲିସ ଉପସ୍ଥିତିରେ କେମିତି ଜଣେ ଯାଇ ଏକ ଥରକେ ୧୫ ଟି ରୁ ଅଧିକ ଭୋଟ ଦେଇପାରିଲା I ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଗଣତନ୍ତ୍ର ପାଇଁ ଦାଗ ବୋଲି କହିଛନ୍ତି ସ୍ଥାନୀୟ ଭୋଟର I

Comments are closed, but trackbacks and pingbacks are open.