ପୌର ନିର୍ବାଚନ :ଭୋଟ ଦେଲେ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ

26

ଆଜି ସକାଳ ୮ ଟାରୁ ସନ୍ଧ୍ୟା ୫ ତା ଯାଏଁ ପୌର ନିର୍ବାଚନ ପାଇଁ ଚାଲୁଛି ମତଦାନ। ସବୁଠୁ ଚର୍ଚ୍ଚାରେ ରହିଛି ଭୁବନେଶ୍ୱର ମେୟର ପଦବୀ। ଏହି ପଦକୁ ହାତେଇବା ପାଇଁ ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ ରହିଥିବା ବେଳେ ଏଥର ସିଧାସଳଖ ଇଭିଏମ ମେସିନ ରେ ଭୋଟଦେଇ ମେୟର ବାଛିବେ ଭୋଟର ।
ସେହିପରି ୩ ମେୟର ପ୍ରାର୍ଥୀ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି I ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ମତଦାନ କରିଛନ୍ତି I
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୩୯ ନମ୍ବର ୱାର୍ଡ ର ଉତ୍କଳମଣି ସରକାରୀ ୟୁପି ସ୍କୁଲର ୪୦୭ ନମ୍ବର ବୁଥରେ ମତଦାନ କରିଛନ୍ତି ।
ସେହିପରି କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଭୋଟ ଦେଇଛନ୍ତି । ଆଇଆରସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ସେକ୍ଟର ୱାନର ୨୫୩ ନମ୍ବର ବୁଥରେ ମତଦାନ କରିଛନ୍ତି । ନିଜ ଦଳର ସମର୍ଥକଙ୍କ ସହ ଭୋଟ କେନ୍ଦ୍ରରେ ପହଂଚି ମତାଧିକାର ସାବ୍ୟସ୍ତ କରିଛନ୍ତି ।

Comments are closed, but trackbacks and pingbacks are open.