ପୌର ନିର୍ବାଚନ: ସିଏମସି ଆସନ ପାଇଁ ୧୬ ଜଣ ମେୟର ପ୍ରାର୍ଥୀ

32

ରାଜ୍ୟରେ ଆସନ୍ତା ୨୪ ତାରିଖ ରେ ହେବାକୁ ଯାଉଛି ପୌର ନିର୍ବାଚନ I ୧୪ ତାରିଖ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେଇ ସାରିଛି I ୧୫ ତାରିଖ ଠାରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି I ଚଳିତ ଥର ପୌର ନିର୍ବାଚନ ରେ ବିଶେଷ ଦୃଷ୍ଟି ରହିବ ୩ ଟି ମହାନଗର ର ମେୟର ଆସନ ଉପରେ I ଏ ଥର କଟକ ପୌର ନିର୍ବାଚନରେ ୧୬ ଜଣ ମେୟର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । କଟକ ପୌରନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ୧୬ ଜଣ ପ୍ରାର୍ଥୀମାନଙ୍କର ଚୂଡାନ୍ତ ତାଲିକା ବିଜ୍ଞାପିତ ହୋଇଛି ବୋଲି କଟକ ପୌରନିଗମର ର୍ନିବାଚନ ଅଧିକାରୀ ବିଜୟ କୁମାର ଖଣ୍ଡାୟତରାୟ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କଟକ ପୌରନିଗମର ନଗରପାଳ ପଦବୀ ନିମନ୍ତେ ସମୁଦାୟ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଠି ମଧ୍ୟରୁ ଯାଞ୍ଚ ପରେ ୪ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ଯଥାକ୍ରମେ ଶ୍ରୀରାମ ପାଣ୍ଡେ ଓ ଦୟାନିଧି ନାୟକ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ, ଫଳରେ ମେୟର ପଦବୀ ପାଇଁ ର୍ନିବାଚନରେ ଦଳୀୟ,ର୍ନିଦଳୀୟ ପ୍ରାର୍ଥୀଙ୍କ ସହ ମୋଟ ୧୬ ଜଣ ପ୍ରାର୍ଥୀ ର୍ନିବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାଯାଇଛି । ତେବେ ସିଏମସି ମେୟର ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରମୁଖ ୩ ଦଳ ର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି I ଶ୍ରମିକ ନେତାରୁ ରାଜ ନେତା ହୋଇଥିବା ସୁବାସ ସିଂ ବିଜେଡି ଦଳ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ରୁ ମେୟର ପ୍ରାର୍ଥୀ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ I ସେହିପରି କଂଗ୍ରେସ ଦଳ ତରଫରୁ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିଵାଲା ବେହେରା ପ୍ରାର୍ଥୀ ହୋଇଛନ୍ତି I ତେବେ ଏଥର ମେୟର ଆସନ ଟି କିଏ ହାତେଇବ ଆସନ୍ତା ୨୬ ତାରିଖରେ ସ୍ପଷ୍ଟ ହେବ I

Comments are closed, but trackbacks and pingbacks are open.