ପୌର ନିର୍ବାଚନ ମତଦାନ : କେଉଁଠି ଇଭିଏମ ରେ ତ୍ରୁଟି ତ କେଉଁଠି ଭୋଟ ପାଇଁ ନୋଟ ଅଭିଯୋଗ

31

ଆଜି ସକାଳ ୮ ରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ମତଦାନ ଇ ଆଜି ସନ୍ଧ୍ୟା ୫ ଯାଏଁ ମତଦାନ ହେବାକୁ ଥିବାବେଳେ ଅନେକ ସ୍ଥାନ ରୁ ଆରମ୍ଭରୁ ତ୍ରୁଟି ଅଭିଯୋଗ ଆସିଛି I ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଓ୍ୱାର୍ଡ ନମ୍ବର ୩୯ ଓ ୨୩ ବୁଥ ରେ ଇଭିଏମ ରେ ତ୍ରୁଟି ଦେଖାଦେଇଥିଲା ଫଳରେ ଏଠାରେ ମତଦାନ କିଛି ସମୟ ବାଧାପ୍ରାପ୍ତ ହୋଇଛି I ସମାନ ସ୍ଥିତିରେ ଭୁବନେଶ୍ୱର ଡିଏଭି ପୋଖରୀପୁଟ ବୁଥ୍ ନଂ ୬୪୭ରେ ଭୋଟିଂ ବାଧାପ୍ରାପ୍ତ । କିଛି ସମୟ ହେଲା ଇଭିଏମ୍ କାମ କରୁନଥିବା ସୂଚନା ମିଳିଥିଲା । କ୍ୟାପିଟାଲ ହାଇସ୍କୁଲରେ ମଧ୍ୟ ଇଭିଏମ୍ ସମସ୍ୟା ଦେଖା ଦେଇଥିଲା , ଭୋଟର ଅସନ୍ତୁଷ୍ଟ ଥିବା ର ଖବର ଆସିଛି । ବୁଥ ନଂ. ୪୦୮ରେ ଇଭିଏମ୍ ଖରାପ ଯୋଗୁଁ ମତଦାନ ବିଳମ୍ବିତ ହୋଇଛି ।
ସେହିପରି କଟକ ସିଡିଏ ସ୍ଥିତ ଡିଏଭି ସ୍କୁଲର ଥିବା ୩୭ ଓ ୩୦ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଇଭିଏମ୍‌ରେ ତ୍ରୁଟି ଥିବାରୁ ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଇ ସେହିଭଳି ମାଲକାନଗିରି ପୌର ପରିଷଦ ଦୁର୍ଗାଗୁଡି ସାହିରେ ୭ନମ୍ବର ୱାର୍ଡର ବୁଥ ନମ୍ବର ୮ରେ ଇଭିଏମରେ ଇଭିଏମ୍ ସମସ୍ୟା ଯୋଗୁଁ ମତଦାନ ବିଳମ୍ବିତ ହୋଇଛି ।
ଅନ୍ୟପଟେ ନିର୍ବାଚନ ସମୟରେ ସାଧାରଣତଃ ଦେଖା ଯାଉଥିବା ଭୋଟ ପାଇଁ ନୋଟ ଅଭିଯୋଗ ଆସିଛି ଭଦ୍ରକ ପୌରପାଳିକା ଅଂଚଳରେ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବା ସମୟରେ ତାଙ୍କ ନିକଟରୁ ୨୫୬୦୦୦ ଟଙ୍କା ଜବତ କରିଥିଲେ । ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ସୂଚନା ମିଳିଛି ।

ଗତ କାଲି ବିଳମ୍ବିତ ରାତିରେ ବାରିପଦା ସହର ୧୭ ନମ୍ବର ୱାର୍ଡ ଓ କେନ୍ଦୁଝରରେ ପ୍ରାର୍ଥୀମାନେ ଅନ୍ଧାରି ବିଜେ କରି ଟଙ୍କା ବାଂଟୁଥିବା ସମୟରେ ଉତ୍ତେଜନା ଦେଖାଦେଇଥିଲା I ଏହାପରେ ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲା I

Comments are closed, but trackbacks and pingbacks are open.