ପୌର ନିର୍ବାଚନ ମତଦାନ : ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ,ଲାଇନ ରେ ଛିଡା ହୋଇ ଭୋଟ ଦେଲେ ଭି.କେ. ପାଣ୍ଡିଆନ

124

ଗଣତନ୍ତ୍ର ଗଣ ପର୍ବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ୫ ଟି ସଚିବ ଭି .କେ.ପାଣ୍ଡିଆନ I ନବୀନ ନିବାସରୁ ବାହାରି ଚାଲି ଚାଲି ଆସି ପଳାସ ପଲ୍ଲୀ ସ୍ଥିତ ୫୩ ନଂ ୱାର୍ଡର ବୁଥ୍‌ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ। ଏହାପରେ ବୁଥ୍‌ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ହାଇସ୍କୁଲ ୪୬ ନମ୍ବର ୱାର୍ଡର ୪୮୩ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ପାଣ୍ଡିଆନ୍ । ଜଣେ ସଚେତନ ନାଗରିକ ଭାବେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଫାଇଭ୍-ଟି ସଚିବ । ତାଙ୍କ ସହ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

Comments are closed, but trackbacks and pingbacks are open.