ମୁନ୍ଦ୍ରା ବନ୍ଦର କୁ ଆଫଗାନିସ୍ଥାନ,ଇରାନ,ପାକିସ୍ତାନ ଜାହାଜ ମନା

32

ସେପ୍ଟେମ୍ବର ରେ ଗୁଜରାଟ ର କବ ଅନ୍ତର୍ଗତ ମୁନ୍ଦ୍ରIସ୍ଥିତ ଆଦାନି ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ୩୦ କ୍ୱିଣ୍ଟାଲ ହେରୋଇନ ଜବତ ହୋଇଥିଲା I ଏନଆଇଏ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା I ଏହି ଘଟଣା ଘଟିବାପରେ ସୋମବାର ଆଦାନି ବନ୍ଦର କର୍ତୃପକ୍ଷ ଚେତିବାସହ ଘୋଷଣା କରିଛନ୍ତି ଯେ,ଆଫଗାନିସ୍ତାନ, ପାକିସ୍ତାନ କିମ୍ବା ଇରାନ ର କୌଣସି ପଣ୍ୟବାହୀ ଜାହାଜ କୁ ଏଠାରେ କାରବାର କରିବାକୁ ଅନୁମତି ମିଳିବ ନାହିଁ I ଆସନ୍ତା ନଭେମ୍ବର ୧୫ ରୁ ଏହା କାର୍ଯ୍ୟକାରୀ ହେବ I ମୁନ୍ଦ୍ରI ବନ୍ଦର ହେଉଛି ଦେଶର ଏକ ବୃହତ୍ତମ ବାଣିଜ୍ୟିକ ବନ୍ଦର ଆଦାନି କମ୍ପାନୀ ଏହାର ପରିଚାଳନା ଭାର ଗ୍ରହଣ କରିଛି ଆଦାନି ଅଧୀନ ରେ ମହାରାଷ୍ଟ୍ର ,ଗୁଜରାଟ,କେରଳ,ତାମିଲନାଡୁ,ଓଡିଶା ସମେତ ମୋଟ ୧୩ ଟି ବନ୍ଦର ରହିଛି Iଗତ ସେପ୍ଟେମ୍ବର ୨୬ ରେ ଆଫଗାନିସ୍ତାନ ର କାନ୍ଦାହାର ରୁ ଇରାନ ବାଟ ଦେଇ ମୁନ୍ଦ୍ରା ବନ୍ଦର ରେ ପହଁଚିଥିବା ଦୁଇଟି ଜାହାଜ ରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଥିଲା I ଏହି ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏ ଦ୍ୱାରା କରାଯାଇ ଏ ପର୍ଯ୍ୟନ୍ତ ୩ ଭାରତୀୟ,୪ ଆଫଗାନ ,୧ ଉଜବେକିସ୍ତାନ ନାଗରିକ ଙ୍କୁ ଗିରଫ କରିଛି I

Leave A Reply

Your email address will not be published.