୫ ଓ୍ଵିକେଟ୍‌ରେ ମୁମ୍ବାଇ ର ଜବରଦସ୍ତ ବିଜୟ , ଟୁର୍ଣ୍ଣାମେଣ୍ଟରୁ ଦିଲ୍ଲୀ ବିଦା, ପ୍ଲେ ଅଫରେ RCB

25

ଆଇପିଏଲ୍ ୨୦୨୨ ର ୬୯ ତମ ମ୍ୟାଚ୍ ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ,ଦିଲ୍ଲୀ କ୍ୟାପିଟାଲସ କୁ ୫ ୱିକେଟରେ ରେ ପରାସ୍ତ କରିଛି I ଦିଲ୍ଲୀ ବର୍ତ୍ତମାନ ପ୍ଲେ ଅଫ୍ ଦୌଡରୁ ଦୂରେଇ ଯାଇଛି ଏବଂ ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ଟପ୍ -୪ ରେ ପହଞ୍ଚିବାରେ ଚତୁର୍ଥ ଦଳ ହୋଇପାରିଛି।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚମତ୍କାର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ମୁମ୍ବାଇକୁ ୧୫୯ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ମୁମ୍ବାଇର ଦଳ ଶେଷ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା। ମୁମ୍ବାଇର ବିଜୟର ହିରୋମାନେ ହେଲେ ଟିମ୍ ଡେଭିଡ ଏବଂ ଇଶାନ କିଶନ। ଏହି ମ୍ୟାଚରେ ଡେଭିଡ ୧୧ ଟି ବଲରେ ୩୪ ରନର ଇନିଂସ ଖେଳିଥିଲେ। ଇଶାନ କିଶନ ୪୮ ରନର ଏକ ଇନିଂସ ଖେଳିଥିଲେ। ଏଥିସହିତ ଡିଭାଲ୍ଡ ବ୍ରେଭିସ୍ ମଧ୍ୟ ୩୭ ରନର ଇନିଂସ ଖେଳିଥିଲେ। ଦିଲ୍ଲୀ ପାଇଁ ଅନ୍ରିଚ୍ ନୋର୍କିଆ ଏବଂ ଶାର୍ଦ୍ଦୁଲ ଠାକୁର ୨-୧ ୱିକେଟ୍ ନେଇଥିଲେ।

୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ଥିଲା। ରୋହିତ ଶର୍ମା ୧୩ ବଲରୁ ୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଷନ ଏବଂ ଡେଓ୍ଵାର୍ଲ୍ଡ ବ୍ରେଭିସ୍ ଭଲ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୧ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ବ୍ରେଭିସ୍ ୩୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ପରେ ତିଳକ ବର୍ମା ଏବଂ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଟିମ୍ ଡେଭିଡ୍ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୧ ବଲରୁ ୨ ଚୌକା ଏବଂ ୪ ଛକା ସହ ୩୪ ରନ କରିଥିଲେ। ତାଙ୍କର ଏହି ବ୍ୟାଟିଂ ମୁମ୍ବାଇକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଛି। ତିଳକ ବର୍ମା ୨୧ ରନ କରି ପାଭିଲିୟନ ଫେରିଥିଲେ। ଶେଷରେ ମୁମ୍ବାଇ ୧୯.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦିଲ୍ଲୀ ପକ୍ଷରୁ ଅନରିଚ ନୋର୍ତ୍ତଜେ ଏବଂ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଦଳ ପକ୍ଷରୁ ରୋଭମାନ ପାଓ୍ଵେଲ ୪୩ ରନ ଏବଂ ଋଷଭ ପନ୍ତ ୩୯ ରନ କରିଥିଲେ। ପୃଥ୍ଵୀ ଶ ୨୪ ରନ କରିଥିବା ବେଳେ ଅକ୍ଷର ପଟେଲ୍ ଅପରାଜିତ ୧୯ ରନ କରିଛନ୍ତି। ପନ୍ତ ଏବଂ ପାଓ୍ଵେଲଙ୍କ ମଧ୍ୟରେ ପଞ୍ଚମ ଓ୍ଵିକେଟ୍‌ରେ ୭୫ ରନ ଭାଗିଦାରୀ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଥିଲା। ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ୨୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ରମଣଦୀପ ସିଂହ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୟଙ୍କ ମାର୍କେଣ୍ଡେୟ ଏବଂ ଡାନିଏଲ ସାମ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

Comments are closed, but trackbacks and pingbacks are open.