ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ବିଦେଶ ରୁ ଆସିଲା ଧମକପୂର୍ଣ୍ଣ ମେସେଜ, ‘ ୨୬/୧୧ ଭଳି ପୁଣି ହୋଇପାରେ ଆକ୍ରମଣ’

29

ମୁମ୍ବାଇର ଟ୍ରାଫିକ ପୋଲିସ କଣ୍ଟ୍ରୋଲ କୁ ମିଳିଛି ଧମକପୂର୍ଣ୍ଣ ଫୋନ କଲ । ଏହାସହିତ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ଆସିଛି ସେହିଭଳି ଏକ ମେସେଜ I ଦୁଇଟି ଯାକ ମେସେଜ ବିଦେଶ ରୁ ଆସିଥିବା ଜଣାପଡିଛି I ଉକ୍ତ ମେସେଜ ଅନୁସାରେ ୨୬/୧୧ ଭଳି ପୁଣିଥରେ ଆଟାକ୍‌ ହୋଇପାରେ ବୋଲି ଧମକ ମିଳିଛି। ଖବର ମୁତାବକ ଏହି ମେସେଜ ଏକ ପାକିସ୍ତାନୀ ନମ୍ବରରୁ ଆସିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଆଉ ମେସେଜ କରିଥିବା ଲୋକ କହିଛି କି, ଲୋକେସନ ଟ୍ରେସ କରିବ ତ ଭାରତ ବାହାରେ ଦେଖାଇବ କିନ୍ତୁ ଧମାକା ମୁମ୍ବାଇରେ ହେବ। ଆଉ ଏହି ଆକ୍ରମଣରେ ୬ ଜଣ ଲୋକ ସାମିଲ ରହିଛନ୍ତି ଯେଉଁମାନେ ଏହି କାମ କୁ ଠିକଣା ଲଗାଇବେ I ଧମକ ଦେଉଥିବା ବ୍ୟକ୍ତି ମଧ୍ୟ କିଛି ନମ୍ବର ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ସେଥିପାଇଁ ମୁଁ ତୁମକୁ ଭାରତ ନମ୍ବର ଦେଇସାରିଛି। ମେସେଜ ରେ ଆହୁରି କୁହାଯାଇଛି ଯେ ଉଦୟପୁର ପରି ଶରୀରରୁ ଅଲଗା ହେବାର ମାମଲା ମଧ୍ୟ ହୋଇପାରେ। ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହା ସହିତ ଅନ୍ୟ ଏଜେନ୍ସିମାନଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି।ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ଏଟିଏସ୍ ମଧ୍ୟ ତଦନ୍ତରେ ସାମିଲ ହୋଇ ତଦନ୍ତ ଚଳାଇଛି।

Comments are closed, but trackbacks and pingbacks are open.