ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

198

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ର ୩୦ତମ ମ୍ୟାଚ୍‌ରେ ଆଜି ଏକ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଘରୋଇ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏହି ମୁକାବିଲା ଅନୁଷ୍ଠିତ ହେବ। ସନ୍ଧ୍ୟା ୭:୩୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଶୁଭମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଶୁଭମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଗୁଜୁରାଟ ଦଳ ନିଜର ପୂର୍ବ ମ୍ୟାଚ୍ ଜିତି ଆତ୍ମବିଶ୍ୱାସରେ ରହିଛି। ଆଜି ନିଜ ଘରୋଇ ମଇଦାନରେ ବିଜୟ ଧାରା ବଜାୟ ରଖିବାକୁ ଦଳ ଚେଷ୍ଟା କରିବ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ବାହିନୀ ପୂର୍ବ ମ୍ୟାଚ୍‌ରେ ପରାଜୟର ସ୍ୱାଦ ଚାଖିଛି। ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥିତି ସୁଦୃଢ଼ କରିବା ପାଇଁ ଆଜି ମୁମ୍ବାଇ ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ।

Comments are closed, but trackbacks and pingbacks are open.