ଧରା ପଡିଲେ ଦୁଇ ଆତଙ୍କବାଦୀ…

117

ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା। ମୁମ୍ବାଇ ଏୟାରପୋର୍ଟରୁ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗିରଫ କରିଛି NIA । ଉଭୟ ଆତଙ୍କବାଦୀ ଅବଦୁଲ୍ଲା ଫୈଜ ଶେଖ ଏବଂ ତଲହା ଖାନ ଭାବରେ ଚିହ୍ନଟ କରାଯାଇଛି। ଏହି ଉଭୟ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ। ଭାରତ ଫେରିବା ପରେ, ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଇମିଗ୍ରେସନ ବିଭାଗ ଅଟକାଇଥିଲା। ଏହା ପରେ NIA ତାଙ୍କୁ ଗିରଫ କରିଥିଲା।ଉଭୟ ଆତଙ୍କବାଦୀ, ଅବଦୁଲାଲ ଫୈଜ ଶେଖ ଏବଂ ତଲହା ଖାନ, ୨୦୨୩ ପୁଣେ ଆଇଇଡି ମାମଲାରେ ଅଭିଯୁକ୍ତ ଥିଲେ । ଏଥିରେ ତାଙ୍କ ବିରୁଦ୍ଧରେ IED (ବମ୍) ତିଆରି ଏବଂ ପରୀକ୍ଷା କରିବା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ। ଦୁହେଁ ଭାରତରେ ଆତଙ୍କବାଦୀ ସଂଗଠନ ISISର ସ୍ଲିପର ସେଲ୍। ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। କେବଳ ଏତିକି ନୁହେଁ, ଏହି ଦୁଇଜଣଙ୍କ ବିଷୟରେ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଆତଙ୍କୀ ଲିଙ୍କରେ ଜାମ୍ମୁ କାଶ୍ମୀରରେ ରେଡ୍ । ଜାମ୍ମୁ କାଶ୍ମୀର ଏକାଧିକ ସ୍ଥାନରେ ରେଡ୍ । ଗାନ୍ଦରବଲ ଅଂଚଳରେ ଚାଲିଛି ରେଡ୍ ।

Comments are closed, but trackbacks and pingbacks are open.