ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

35

ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ । ଗତକାଲି ଅର୍ଥାତ(ମଙ୍ଗଳବାର) ପ୍ରକାଶିତ ଫୋର୍ବସର ରିୟଲଟାଇମ୍‌ ବିତ୍ତଶାଳୀ ତାଲିକାରୁ ଏହି ସୂଚନା ମିଳିଛି । ଅନ୍ୟପକ୍ଷେ ହିଣ୍ଡେନବର୍ଗ ମାମଲା ଯୋଗୁଁ ପ୍ରବଳ କ୍ଷତି ସହିଥିବା ଗୌତମ ଆଦାନୀ ବର୍ତ୍ତମାନ ୨୪ତମ ସ୍ଥାନକୁ ଖସି ଆସିଛନ୍ତି ।

ଏହା ପୂର୍ବରୁ ଆଦାନୀ ୨୪ ଜାନୁଆରୀରେ ବିଶ୍ବର ଧନୀ ବ୍ୟକ୍ତି ସ୍ଥାନରେ ତୃତୀୟରେ ରହିଥିଲେ । ସେହି ସମୟରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨୬ ବିଲିୟନ ଡଲାର ରହିଥିଲା । ତେବେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପରେ ତାଙ୍କ ସମ୍ପତ୍ତିର ମୂଲ୍ୟ ହ୍ରାସ ପାଇଛି । ତେବେ ଜାରି ଧନୀ ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି। ତାହା ହେଲା ଦୁନିଆର ଶୀର୍ଷ ଅରବପତିଙ୍କ ମୋଟ ସମ୍ପତ୍ତି ଚଳିତ ବର୍ଷ ହ୍ରାସ ପାଇଛି।

ରିଲାଏନ୍ସର ବ୍ୟବସାୟ ତୈଳ, ଗ୍ୟାସ୍, ଟେଲିକମ୍ ସହିତ ଅନ୍ୟ ସେକ୍ଟରକୁ ବ୍ୟାପିଛି ଓ ଗ୍ରୁପ୍ର ରିଲାୟନ୍ସ ରିଟେଲ ବିଜନେସ୍ ଲଗାତାର ସଫଳତାର ଶୀର୍ଷରେ ରହିଛି। ଉଲ୍ଲେଖନୀୟ ଯେ, ଅମ୍ବାନୀ ନିଜର ତିନି ସନ୍ତାନ ଇଶା, ଅମ୍ବାନୀ, ଆକାଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଗ୍ରୁପର ଟେଲିକମ୍ ବିଜନେସ୍ ଔସକ୍ଟ ଓଦ୍ଭଲକ୍ଟମକ୍ଟଜ୍ଞ ର ଡାଇରେକ୍ଟର ଅଛନ୍ତି। ଏହାଛଡା ଝିଅ ଇଶା ଅମ୍ବାନୀ ରିଟେଲ ବିଜନେସ୍କୁ ଆଗକୁ ବଢାଉଛନ୍ତି। ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିକଟରେ ରିଲାଏନ୍ସର ନ୍ୟୁ ଏନର୍ଜିର ଦାୟିତ୍ବ ରହିଛି।

Comments are closed, but trackbacks and pingbacks are open.