ମହମ୍ମଦସିକନ୍ଦର ଆଲାମ୍‌ଙ୍କ ଜୟନ୍ତୀ ପାଳିତ

38

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଙ୍ଗୀତ ଜଗତ ତଥା
ଜନମାନସରେ ଦ୍ୱିତୀୟ ସାଲବେଗ ଭାବରେ ପରିଚିତ ସ୍ୱର୍ଗତ ମହମ୍ମଦସିକନ୍ଦର ଆଲାମ୍‌ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ‘ସଙ୍ଗୀତ ସନ୍ଧ୍ୟା’ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହୋଇଯାଇଛି ।
ଏଥିରେ ଯୁଗ୍ମ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ମୁଖ୍ୟ ନିର୍ବାହୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ଧନଶ୍ୱେର ସ୍ୱାଇଁ, ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ଗୁରୁ ସିକତା ଦାସ ଏବଂ ଗୁରୁ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସ୍ୱର୍ଗତ ଆଲାମ୍‌ ତୈଳଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ସ୍ୱର୍ଗତ ଆଲାମ୍‌ଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ଦ୍ୱାରା ପରିବେଷିତ ହୋଇଥିବା ଅନେକ ପୁରାତନ ସଙ୍ଗୀତ ଶିଳ୍ପୀମାନେ ପରିବେଷଣ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟ ଅତିଥି କଳାକାର ଭାବେ ଯୋଗଦାନ କରି ସ୍ୱର୍ଗତ ଆଲାମ୍‌ଙ୍କ ଅତି ଲୋକପ୍ରିୟ ସଙ୍ଗୀତ ‘ସାଗରେ ଅଧିର ନୀଳ ତରଙ୍ଗ’ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରିବା ସହିତ ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରମାନେ ସ୍ୱର୍ଗତ ଆଲାମ୍ ଗାଇଥିବା ଅନେକ ଗୁଡ଼ିଏ ସଙ୍ଗୀତ ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମକୁ ସଂଯୋଜନ ଏବଂ ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରିଣୀ ଅନୁଜା ତାରିଣୀ ମିଶ୍ର I

Comments are closed, but trackbacks and pingbacks are open.