ସାଂସଦଙ୍କୁ ହତ୍ୟା ପାଇଁ ସାଂସଦଙ୍କ ଯୋଜନା !

40

ପୁଣି ନେତାଙ୍କୁ ହତ୍ୟା ଧମକ ! ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟରକୁ କଣ୍ଟ୍ରାକ୍ଟ ! ସାଂସଦଙ୍କୁ ହତ୍ୟା ପାଇଁ ସାଂସଦଙ୍କ ଯୋଜନା ! ସଂଜୟ ରାଉତଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ । ଶ୍ରୀକାନ୍ତ ସିନ୍ଦେ ସଂଜୟ ରାଉତଙ୍କୁ ହତ୍ୟା କରିବାପାଇଁ ଥାନେର ଜଣେ ଗ୍ୟାଙ୍ଗଷ୍ଟରକୁ କଣ୍ଟ୍ରାକ୍ଟ ଦେଇଛନ୍ତି ବୋଲି ସଂଜୟ ରାଉତ ଅଭିଯୋଗ କରିଥିବାବେଳେ ଶ୍ରୀକାନ୍ତ ସିନ୍ଦେ ଏହାକୁ ଖଣ୍ଡନ କରିଛନ୍ତି । ଶ୍ରୀକାନ୍ତ ସିନ୍ଦେ ରାଉତଙ୍କୁ କଟାକ୍ଷ କରି କହିଛନ୍ତି, ସଂଜୟ ରାଉତ ମହାରାଷ୍ଟ୍ର ପାଇଁ ଅତି ଅପରିହାର୍ଯ୍ୟ । ତାଙ୍କ ବିନା ରାଜ୍ୟର ସକାଳ ମନୋରଂଜନ ସମ୍ଭବ ନୁହେଁ । ଏଥିପାଇଁ ମୁଁ ତାଙ୍କୁ ନେଇ ଖୁବ୍ ଚିନ୍ତିତ ।

ସଂଜୟ ରାଉତଙ୍କର ସିଜୋଫ୍ରେନିଆ ପରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି । ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀକାନ୍ତ ରାଉତଙ୍କୁ କଟାକ୍ଷ କରିଛନ୍ତି । ଶ୍ରୀକାନ୍ତ କହିଛନ୍ତି, ରାଉତ ପ୍ରଥମେ କହିଥିଲେ ଯେ ତାଙ୍କୁ ହତ୍ୟା କରିବାପାଇଁ କଣ୍ଟ୍ରାକ୍ଟ ଦିଆଯାଇଛି । କିନ୍ତୁ ପୁଲିସ ତାଙ୍କ ବୟାନ ରେକର୍ଡ କରିବାବେଳେ ସେ କହିଲେ ଯେ ତାଙ୍କ ଉପରକୁ ସ୍ୟାହି ଫୋପାଡ଼ିବା ପାଇଁ କିମ୍ବା ତାଙ୍କୁ ଠେଲିଦେବାପାଇଁ ଯୋଜନା ହୋଇଥିବା ସେ ଜାଣିବାକୁ ପାଇଛନ୍ତି । ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସଂଜୟ ରାଉତଙ୍କ ବିରୋଧରେ ଏକ ମାନହାନି ମାମଲା ରୁଜୁ ହୋଇଛି । ପୂର୍ବତନ ଥାନେ ମେୟର ମିନାକ୍ଷୀ ସିନ୍ଦେ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଅଭିଯୋଗ କରିବାପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଆଇପିସିର ବିଭିନ୍ନ ଧାରା ଅଧୀନରେ ରାଉତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Comments are closed, but trackbacks and pingbacks are open.