ମଦ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ସାଂସଦ

732

ନୀଳଗିରି: ବାଲେଶ୍ବର ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି  ।  ନୀଳଗିରିରେ ନୂତନ କରି ରେଳ ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି  । ଖୁଲମଖୁଲ୍ଲା ଭାବେ ଏଠାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି  ।

ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ପୋଲିସକୁ ଅବଗତ କରାଯାଉଛି , ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି  । ଫଳରେ ଏମାନେ ନିର୍ଭୟରେ ଏସବୁ କାରବାର କରୁଛନ୍ତି  ।

କିନ୍ତୁ ଗତକାଲି ଏମିତି କିଛି ଖବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ କାନରେ ପଡିଥିଲା । ଗତକାଲି ସେ ନିଜ ଗାଁକୁ ଫରିବା ବେଳେ ଉକ୍ତ ସ୍ଥାନକୁ ଯାଇଥିଲେ । ସାଂସଦଙ୍କୁ ଦେଖି ଉଭୟ ମଦ ବେପାରୀ ଓ ଗ୍ରାହକ ଛତ୍ରଭଙ୍ଗ ଦେଇଥିଲେ  । ହେଲେ କିଛି ଲୋକ ଯାଇନପାରି ଧରାପଡିଯାଇଥିଲେ  । ଫଳରେ ସେମାନଙ୍କୁ ସାଂସଦ ତାଗିଦ୍ କରିଥିଲେ  । ଏବଂ କିଛି ଲୋକଙ୍କୁ କାନ ଧରି ଉଠବସ୍ କରାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି  । ପରବର୍ତ୍ତି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.