ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି

68

ନୂଆଦିଲ୍ଲୀ: ଦିଲ୍ଲୀ ଅବାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି । ଇଡି ସାଂସଦଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଘରେ ବୁଧବାର ସକାଳ ୭ଟାରେ ଛାପା ମାରିଥିଲେ ।

ସେଠାରୁ କିଛି କାଗଜପତ୍ର ମଧ୍ୟ ଜବତ କରିଥିଲେ । ଦୀର୍ଘସମୟ ଧରି ଜେରା କରିବା  ପରେ ଅପରାହ୍ନ ୫ଟା ୩୦ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି । 

ସୂଚନା ଥାଉ କି, ଏହି ମାମଲାରେ ପୂର୍ବରୁ ମନୀଷ ସିସୋଦିଆ ଜେଲରେ ଅଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଇଡି ତାଙ୍କର ଚାର୍ଜସିଟରେ ସଞ୍ଜୟ ସିଂହଙ୍କ ନାଁ ଯୋଡିଥିଲା । ସଞ୍ଜୟ ସିଂହ କହିଥିଲେ, ଇଡି ତାଙ୍କ ନାଁ ଭୁଲରେ ଲେଖିଛି । ହେଲେ ଇଡି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ଏବଂ କୁହାଯାଇଥିଲା, ସଞ୍ଜୟ ସିଂହଙ୍କ ନାମ ୪ଟି ଜାଗାରେ ଉଲ୍ଲେଖ ରହିଛି  । ସେଥିରୁ ତିନୋଟି ସ୍ଥାନରେ ଠିକ ଭାବେ ଲେଖା ଯାଇଛି । ଗୋଟିଏ ଜାଗାରେ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଭୁଲ ଲେଖା ଯାଇଛି ।ଏହାପରେ ଇଡି ସ୍ଞ୍ଜୟଙ୍କୁ ମିଡିଆରେ ବୟାନବାଜି ନ କରିବାକୁ ପରାମର୍ଶ ଦେଇଥିଲେ ।

Comments are closed, but trackbacks and pingbacks are open.