ସାଂସଦ ରମେଶ ମାଝୀ ଙ୍କ ଗାଡି କୁ ଅଣ୍ଡା ମାଡ଼

18

ନବରଙ୍ଗପୁର ସାଂସଦ ରମେଶ ମାଝୀ ଙ୍କ ଗାଡି କୁ ଅଣ୍ଡା ମାଡ଼ I ନିର୍ବାଚନ ପ୍ରଚାର ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ତୀବ୍ର ବିରୋଧର ସମ୍ମୁଖୀନ ହେଲେ ବିଜେଡି ସଂସଦ । ଇଛାପୁର ପଂଚାୟତ ଧୁମାମ ଗାଁକୁ ପ୍ରଚାରରେ ଯାଇଥିବାବେଳେ ଶତାଧିକ ଗ୍ରାମବାସୀ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ।

ଏପରିକି ସେମାନେ ଠେଙ୍ଗାବାଡ଼ି ଧରି ସାଂସଦଙ୍କୁ ବିରୋଧ କରିଥିଲେ। ଝରିଗାଁ ବ୍ଲକ୍‌ର ନୂତନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟନ ସମୟରେ ସାଂସଦ ଶ୍ରୀ ମାଝୀ ଓ ବିଧାୟକଙ୍କୁ ଡକା ଯାଇଥିଲା। କିନ୍ତୁ ସେମାନେ ଆସି ନଥିଲେ। ପଂଚାୟତ ଘର ଉଦଘାଟନ ପାଇଁ ଆସିନଥିବାବେଳେ ଏବେ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ ଲୋକେ । ଧୁମାମ ଗ୍ରାମବାସୀ ରାଗି ଯାଇ ସାଂସଦଙ୍କୁ ତୀବ୍ର ବିରୋଧ କରିଥିଲେ।
ଗତକାଲି ଚନ୍ଦାହାଣ୍ଡିରେ ମଧ୍ୟ ସାଂସଦ ଶ୍ରୀ ମାଝୀ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ଆଜି ଝରିଗାଁ ବ୍ଲକ୍‌ରେ ସମାନ ସ୍ଥିତି ଉପୁଜିବା ବିଜେଡିକୁ ଅଡ଼ୁଆରେ ପକାଇ ଦେଇଛି।

Leave A Reply

Your email address will not be published.