ଦୁଇ ଅନାଥ ନାବାଳିକାଙ୍କ ସ୍ବପ୍ନ ସାକାର ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ସବୁ ସ୍ତରରେ ପ୍ରଶଂସା

17

ଦୁର୍ଘଟଣାରେ ଆଖି ବୁଜିଥିଲେ ବାପା ଏକ ମାସତଳେ କ୍ୟାନସରରେ ଚାଲିଗଲେ ମା । ଅନାଥ ହୋଇଗଲେ ଦୁଇ ନାବାଳିକା ଝିଅ । ଯାହାକୁ ନେଇ ଚିନ୍ତାରେ ଥିଲେ ସାହିପଡିଶାର ଓ ବନ୍ଧୁ ପ୍ରିୟଜନ । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତା ସାମନ୍ତଙ୍କ ନଜରକୁ ଆସିଥିଲା । ତତକ୍ଷଣାତ ଶ୍ରୀଯୁକ୍ତ ସାମନ୍ତ ଏହି ଦୁଇ ଅସହାୟ ନାବାଳିକାଙ୍କୁ ସହାୟତାର ହାତ ବଢାଇଛନ୍ତି । ଯାହାକୁନେଇ ଅଞ୍ଚଳ ବାସୀ ସାମନ୍ତଙ୍କୁ ଭୁରିଭୁରି ପ୍ରସଂସା କରିଛନ୍ତି ।

ତେବେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଗୋପାଳପୁର ଗାଁର ଦୁଇଭଉଣୀ ଅଙ୍କିତା ଓ ଅର୍ପିତାଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଗତ ୯ବର୍ଷ ତଳେ ବାପା ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ । ମା ଗାଁ ସ୍କୁଲରେ ପାଚିକା ଭାବରେ କାମକରି ଦୁଇ ଝିଅଙ୍କୁ ଲାଳନପାଳନ କରୁଥିଲେ ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଗତ ଏକ ମାସ ତଳେ ମା କ୍ୟାନସର ରୋଗରେ ପୀଡିତ ହୋଇ ଅର୍ଥ ଅଭାବରୁ ଚିକିତ୍ସା ନପାଇ ଦୁଇ ନାବାଳିକା ଝିଅଙ୍କୁ ଅନାଥ କରି ଆରପାରିକୁ ଚାଲିଗଲେ । ଏହାପରେ ଦୁଇ ନାବାଳିକା ଝିଅ ଅସହାୟ ହୋଇପଡିଥିବା ବେଳେ କିଭଳି ଦୁଇ ଓଳି ଦୁଇ ମୁଠା ଦାନା ମିଳିବ ଏବଂ ପାଠ ପଢି ବାପା ମାଙ୍କ ସ୍ବପ୍ନ ଶାକାର କରିବେ ସେନେଇ ଚିନ୍ତାରେ ଦିନ କାଟୁଥିଲେ ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବାପରେ କିଟି ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା । ଏହାପରେ ଶ୍ରୀଯୁକ୍ତ ସାମନ୍ତ ଏହି ଦୁଇ ଅସହାୟ ପିଲାଙ୍କୁ ସହାୟତାର ହାତ ବଢାଇଛନ୍ତି । ନଗଦ ଦୁଇହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଆସନ୍ତା ୫ବର୍ଷ ଯାଏ ପ୍ରତ୍ୟେକ ମାସକୁ ଦୁଇହଜାର ଟଙ୍କା ତାଙ୍କ ଜମାଖାତାକୁ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ଅନାଥ ଦୁଇ ଭଉଣୀଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀଯୁକ୍ତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅପରପକ୍ଷରେ ଶ୍ରୀଯୁକ୍ତ ସାମନ୍ତ ପଠାଇଥିବା ଅର୍ଥ ରାଶିକୁ ରାଜନଗର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ଗୋପାଳପୁର ଗାଁରେ ପହଁଞ୍ଚି ଅସହାୟ ଦୁଇ ନାବାଳିକା ଝିଅଙ୍କୁ ଟଙ୍କା ପ୍ରଦାନ କରିବା ସହ ଶ୍ରୀଯୁକ୍ତ ସାମନ୍ତ ପଠାଇଥିବା ବାର୍ତ୍ତାକୁ ପଢି ଶୁଣାଇଥିଲେ ଏବଂ ଶ୍ରୀଯୁକ୍ତ ସାମନ୍ତଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପାଠପଢିବା ପାଇଁ ଡଃ ସାମନ୍ତଙ୍କ ଠାରୁ ପାଇଥିବା ଆର୍ଥିକ ସହାୟତା ନେଇ ଖୁସି ବ୍ୟକ୍ତ କରିଥିଲେ ଅର୍ପିତା । ଶ୍ରୀଯୁକ୍ତ ସାମନ୍ତଙ୍କୁ ବିଶ୍ବର ଜଣେ ବିରଳ ବ୍ୟକ୍ତିତ୍ବ ବୋଲି କହିଥିଲେ । ସେ ଆଗରୁ ୨୫ହଜାର ଛାତ୍ରଛାତ୍ରୀଙ୍କର ବାପା ମା ଥିଲେ ସେ ଆଜି ମୋତେ ସହାୟତା କରି ଆମ ଦୁଇ ଭଉଣୀଙ୍କର ବାପା ମା ହୋଇଗଲେ । ଏଭଳି ବ୍ୟକ୍ତିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଛଳଛଳ ଆଖିରେ କହିଥିଲେ ଅର୍ପିତା ।

Comments are closed, but trackbacks and pingbacks are open.