ବିଏମସିର ଶେଷ କର୍ପୋରେସନ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

21

ଭୁବନେଶ୍ୱର : ବିଏମସିର ଶେଷ କର୍ପୋରେସନ ବୈଠକରେ ଯୋଗ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ I କୌଣସି ଥଇଥାନ ବ୍ୟବସ୍ଥା ନକରି ଅନେକ ଉଠା ଦୋକାନୀ ସହ ବସ୍ତି ଉଚ୍ଛେଦ ବିରୋଧ କରିଛନ୍ତି ଅପରାଜିତା । ପ୍ରଥମେ ଥଇଥାନ ବ୍ୟବସ୍ଥା ଓ ପରେ ଉଚ୍ଛେଦ କରିବା ପାଇଁ ଆଜିର ବୈଠକରେ ସ୍ପଷ୍ଟ ଭାବେ ଦାବି କରିଛନ୍ତି। ଏହା ସହ ଭୁବନେଶ୍ଵରର ସମସ୍ତ ପୋଖରୀ ପୁନଃରୁଦ୍ଧାର, ଡ୍ରେନେଜ ସମସ୍ୟାର ସମାଧାନ ସହ ସମସ୍ତ ଡ୍ରେନକୁ ଗଙ୍ଗୁଆ ସହ ଯୋଡିବା ପାଇଁ ମାଷ୍ଟର ପ୍ଲାନ କରିବା ପାଇଁ ସେ ମତ ରଖିଛନ୍ତି।

ସେହିପରି ପ୍ରତି ୱାର୍ଡରେ ପାର୍କ ସହ ଜିମ୍‌ ପ୍ରତିଷ୍ଠା, ମଶାଙ୍କ ଉପଦ୍ରବ କମାଇବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ଓ ବିଏମସି ପକ୍ଷରୁ ସ୍ୱତନ୍ତ୍ର ସିଟିଜେନ ଚାପ୍ଟର ପ୍ରସ୍ତୁତ କରିବା ପାଇଁ ସାଂସଦଙ୍କ ଅପରାଜିତ ଷଡ଼ଙ୍ଗୀ ବିଏମ୍‌ସି କର୍ପୋରେସନ ବୈଠକରେ ପ୍ରସ୍ତାବ ଦେଇଛନ୍ତି । ସେପଟେ ସାଂସଦ ଦେଇଥିବା ପ୍ରସ୍ତାବ ଉପରେ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ପଦା ସାହି, ପଟିଆ ଓ ବିଏସଏନଏଲ ଷ୍ଟେସନ ନିକଟରେ ରେଲ ଓଭର ବ୍ରିଜ ନିର୍ମାଣ ପ୍ରସଙ୍ଗରେ ବିଏମସି ବୈଠକରେ ସ୍ଥାନୀୟ କର୍ପୋରେଟର ମିହିର ରାଉତ ସାଂସଦଙ୍କୁ ପ୍ରଶ୍ନ କରିଥିଲେ। ବୈଠକ ଆରମ୍ଭରୁ ହଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed, but trackbacks and pingbacks are open.