ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

23

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲୁଥିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ପହଣ୍ଡି ସମେତ ରଥଟଣା ବିଳମ୍ବ ହୋଇଥିବା ନେଇ କୁହାଯାଉଛି ।

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ରୁକୁଣା ରଥରେ ବସି ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମିଣୀ ରୁକୁଣା ରଥରେ ବିଜେ ହୋଇ ୬ ଦିନ ପାଇଁ ମାଉସୀ ଘର ଯିବେ । ରାମେଶ୍ବର ମନ୍ଦିରରେ ମାଉସୀ ଘରେ ହରି-ହର ଭେଟ ହେବ । ମାନ କରିବେ ମା’ ପାର୍ବତୀ। ରାଗରେ ରଥ ଭାଙ୍ଗିବେ। ଏପରିକି ପ୍ରତ୍ୟାବର୍ତ୍ତନ ବେଳେ ମନ୍ଦିର କବାଟ କିଳି ଦିଅନ୍ତି । ପରେ ମାନଭଞ୍ଜନ କରିବେ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ପୁଣି ମହାଦେବଙ୍କୁ ପାଛୋଟି ନେବେ ମନ୍ଦିରକୁ । ପ୍ରଭୁ ଲିଙ୍ଗରାଜଙ୍କ ଏହି ଦିବ୍ୟ ଲୀଳାଖେଳା ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ।

ରଥଯାତ୍ରା ସମୟରେ ଗୋଟି ପୁଅ, ଓଡ଼ିଶୀ, ଯୋଡ଼ି ଶଙ୍ଖ, ପଶୁମୁଖା ଆଦି ପାରମ୍ପରିକ ବାଦ୍ୟରେ କମ୍ପିବ ପରିବେଶ । ଶାନ୍ତି ଶୃଙ୍ଖଳାର ସହ ସମସ୍ତ ଭକ୍ତ କିପରି ଦର୍ଶନ କରିବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Comments are closed, but trackbacks and pingbacks are open.