ପାହାଡି ମଣିଷ : ହରିହର

29

“ଦି ମାଉଣ୍ଟେନ୍ ମ୍ୟାନ” ଦଶରଥ ମାଂଝୀଙ୍କ ଭଳି ଆଉଜଣେ ପାହାଡି ମଣିଷ ହେଉଛନ୍ତି ନୟାଗଡ଼ ର ହରିହର ବେହେରା I କୃଷ୍ଣ ବେହେରା ଓ ହରି ବେହରା ଦୁଇ ଭାଇ ହେଉଛନ୍ତି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଂଚଳ ର ବାସିନ୍ଦା I ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁ କୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନ ଥିଲା,ତେଣୁ ଦୁଇ ଭାଇ ଙ୍କ ମନକୁ ଏହା ଗଭୀର ଆଘାତ ଦେଇଥିଲା I ପ୍ରଶାସନ ର ନଜର ଆଢୁଆଳ ରେ ରହିଯାଉଥିଲା ଏହି ଗାଁ Iଦୁହେଁ ମନସ୍ଥ କଲେ ଗାଁ ରାସ୍ତା ସୁଧାରିବେ I ପ୍ରଥମେ ହରି ହର ପ୍ରଧାନ ବ୍ଲାଷ୍ଟିଂ କରି ପାହାଡର ବଡ଼ ବଡ଼ ପଥର ଫଟେଇ ରାସ୍ତାରେ ଏକ ଛୋଟ ଶଗଡ଼ ଗାଡ଼ି ସହାୟତାରେ ପଥର ବିଛାଇବା ଆରମ୍ଭ କରିଥିଲେ। କିନ୍ତୁ ପଥର ବ୍ଲାଷ୍ଟିଂ ଦ୍ୱାରା ଜନବସତି ତଥା ଜୀବଜନ୍ତୁ ଙ୍କ ମଧ୍ୟ କ୍ଷତି ହେବ ର ସମ୍ଭାବନା ଥିବାରୁ କିଛି ଦିନ ଏଥିରୁ ବିରାଟ ରହିଥିଲେ I ଏହା ପରେ ସେ ଗାଁ ଛାଡି କଳା ମୁଗୁନି ପଥର ଫଟାଇବା କାମ ଶିଖିଗଲେ ,ଏହାପରେ ସେ ପୁଣି ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଭାଇଙ୍କ ଅବିଶ୍ରାନ୍ତ ପରିଶ୍ରମ ଦ୍ୱାରା ମାଇଲିଏ ରାସ୍ତା ପୂର୍ଣ୍ଣ ରୂପେ ପଟାଶାଳ ପଥର ବିଛେଇଲା ଭଳି ବିଛାଇ ଦିଆ ଗଲା। ହରିହର ଙ୍କ କହିବା ଅନୁଯାୟୀ ଗୋଟିଏ ଓଳି ଚାଷ କାମ କରି ଅନ୍ୟ ଓଳିରେ ରାସ୍ତାରେ ପଥର ବିଛେଇବାରେ ସେ ଜୀବନର ୩୦ବର୍ଷର ଶ୍ରମ ଲଗାଇଛନ୍ତି ଲ ବାଇଶି ବର୍ଷୀୟ ଏହି ଯୁବକ ହରିହାର ପ୍ରଧାନ ଓ ଭାଇ କୃଷ୍ଣ ପ୍ରଧାନ ଦୀର୍ଘ ୩୦ ବର୍ଷ ର ନିରବଛିନ ଉଦ୍ୟମ ପରେ ନିଜ କାର୍ଯ୍ୟରେ ସଫଳ ହୋଇ ରାସ୍ତା କାର୍ଯ୍ୟ ଶେଷ କରି ପାରିଛନ୍ତି l ଆଉ ତାଙ୍କର ଏହି ୩୦ ବର୍ଷର ନିଷ୍ଠାପର ଉଦ୍ୟମ ଅପହଞ୍ଚ ଇଲାକାକୁ ଗମନାଗମନର ସୁବିଧା ପହଞ୍ଚାଇ ପାରିଛି I କିନ୍ତୁ ଆଜି ଯାଏ ଏହା ଲୋକ ଲୋଚନ କୁ ଆସି ପରି ନାହିଁ I

Leave A Reply

Your email address will not be published.