ଆଇପିଏଲ୍‌ ବେଟିଂରେ ହାରି କୀଟନାଶକ ପି’ ଆତ୍ମହତ୍ୟା କଲେ ମା’ପୁଅ

31

ରାୟଗଡା ରେ ଅଘଟଣ I ପୁଣି ଏକ ଅନଲାଇନ ଜୁଆ ନେଲା ମା’ପୁଅ ଙ୍କ ଜୀବନ I ଜଲ୍ଦି ବଡ଼ଲୋକ ହେବା ନିଶାରେ ଅପର୍ଯ୍ୟାପ୍ତ ଟଙ୍କା ଋଣ କରି ଆଇପିଏଲ ବେଟିଂ ରେ ଲଗାଇଥଲେ I ତେବେ ବେଟିଂ ରେ ହାରି ଯାଇ ବିପୁଳ ପରିମାଣରେ ଅର୍ଥ ହରାଇବା ପରେ ଉଭୟ ମା’-ପୁଅ ରାତିରେ କୀଟନାଶକ ପିଇ ଦେଇଥିଲେ । ଏହା ଜଣାପଡିବା ପରେ ପରିବାର ବର୍ଗ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକ ମାନେ ହେଲେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁର ସ୍ୟାମେସ ଗୁଡ଼ୁଲା ଓ ତାଙ୍କ ମା’ ରଜନୀ ଗୁଡୁଲା।
ସୂଚାନୁସାରେ ସ୍ୟାମେସ ଗୁଡ଼ୁଲା ଓ ତାଙ୍କ ମା’ ରଜନୀ ଗୁଡୁଲା ବହୁ ଟଙ୍କା ଧାର ଉଧାର କରି ବେଟିଂ ରେ ଲଗାଇ ଥିଲେ। ହେଲେ ଟଙ୍କା ଶୁଝିବା ନାଁ ଧରୁ ନ ଥିଲେ। ୩ ଦିନ ପୂର୍ବେ ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ସେମାନଙ୍କ ଘରକୁ ଆସିଥିଲେ । ସ୍ୟାମେସ ଓ ତାଙ୍କ ମା’ଙ୍କ ସହ ସେମାନଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେମାନେ ଘରୁ ବହୁ ମୂଲ୍ୟବାନ ଜିନିଷ ଉଠାଇ ନେଇଥିଲେ। ଯିବା ବେଳେ ବାକି ଟଙ୍କା ତୁରନ୍ତ ଫେରାଇବାକୁ ଧମକଚମକ ଦେଇଯାଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଖବରପାଇ ଶେଷଖାଲ ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଅନୁସନ୍ଧାନ ଜାରୀ ରଖିଛି ।

Comments are closed, but trackbacks and pingbacks are open.