ବୋହୂ ର ଧାରଣା ପରେ ଶାଶୁଙ୍କ ଆତ୍ମହତ୍ୟା

32

ଖଲ୍ଲିକୋଟ ୨୮-୦୮(ପି.ଏନ.ଏ ): ଶାଶୁ ଘର ଆଗରେ ବୋହୂ ର ଧାରଣା I ଏଥିରେ ଅପମାନିତ ବୋଧ କରି ଘର ଭିତରେ ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି ଶାଶୁ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ଧାରଣାସ୍ଥଳ ରୁ ଭୟ ରେ ବହୂ ଫେରାର ହୋଇଯାଇଛି I

ଘଟନାନୁସାରେ ମୃତ ଶାଶୁ ସୁଷମା ପଣ୍ଡା ଙ୍କ ପୁଅ ଙ୍କୁ ବୋହୁ ତନ୍ମୟୀ ପଣ୍ଡା ୨୦୨୦ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ I ବିବାହର ମାତ୍ର ୧୦ ଦିନ ପରେ ପତ୍ନୀଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ। ଏପରିକି ତନ୍ମୟୀ ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ। ଘଟଣା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ବୋହୁ ନିଜ ଆଇ ଙ୍କ ସହିତ ଆସି ଶାଶୁଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ I ତେବେ ଏହିଘଟଣାରେ ଶାଶୁ ମର୍ମାହତ ହେଇ ଏହିଭଳି ଚରମ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି I

Comments are closed, but trackbacks and pingbacks are open.