ମା’ ଝିଅଙ୍କ ମ୍ୟାଚିଂ ଫେଶନ

26

ଫେଶନ ଟ୍ରେଣ୍ଡରେ ସାମିଲ ହୋଇଛି ମା’ ଝିଅଙ୍କ ମ୍ୟାଚିଂ ଫେଶନ ଷ୍ଟାଇଲ୍ । ପୂଜାପର୍ବ, ପାର୍ଟି ଆଦି ଉତ୍ସବରେ ମା’ ଝିଅଙ୍କୁ ଏବେ ସମାନ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳୁଛି । ତେବେ ଏ ମ୍ୟାଚିଂ ଡ୍ରେସ୍‌ରେ ସେମାନେ କେବଳ ସୁନ୍ଦର ଦିଶି ନ ଥାନ୍ତି, ବରଂ ଏହା ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଥାଏ । ହଲିଡେ ଆଉଟିଂରେ ଯାଉଥିଲେ, ହଳଦିଆ ରଙ୍ଗର ଫୁଲପକା ବା ଫ୍ଲୋରାଲ ଡ୍ରେସ୍ ପିନ୍ଧନ୍ତୁ । ଏଥିରେ ଆରାମ ଲାଗିବା ସହ ଷ୍ଟାଇଲିସ୍ ଲୁକ୍ ମିଳିଥାଏ । ସେହିପରି କାଜୁଆଲ ଲୁକ୍ ପାଇଁ ଡେନିମ୍ ସହ ଧଳା ରଙ୍ଗ ଟି-ସାର୍ଟ ପିନ୍ଧନ୍ତୁ । ଏହା ସହ କଳା ସାର୍ଟ ମଧ୍ୟ ପିନ୍ଧିପାରିବେ । ସେହିପରି ଉତ୍ସବ ତଥା ପର୍ବପର୍ବାଣୀରେ ସରାରା ଓ କୁର୍ତ୍ତା ଭଲ ଲାଗେ । ମା’ ଝିଅ ଧୋତି ଷ୍ଟାଇଲ୍ କୁର୍ତ୍ତା ବି ପିନ୍ଧିଲେ ଭଲ ଲାଗିବ । ଅବଶ୍ୟ ଏଥିରୁ ଆଧୁନିକ ଷ୍ଟାଇଲ ସହ ପାରମ୍ପରିକ ଲୁକ୍ ମିଳିଥାଏ । ଜିନ୍ସ ସହ ବ୍ଲାଉଜ୍ ଟପ୍ ମଧ୍ୟ ପିନ୍ଧିଲେ ଉଭୟ ଆକର୍ଷଣୀୟ ଲାଗିବେ ।

Comments are closed, but trackbacks and pingbacks are open.