ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର

107

ନୂଆଦିଲ୍ଲୀ : ଭାରତକୁ ମିଳିଛି ଏକ ବଡ଼ ସଫଳତା। ଏକାଧିକ ହାଇପ୍ରୋଫାଇଲ ମାମଲାର ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଛି। ଅନମୋଲ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ। ମଙ୍ଗଳବାର ଦିନ ପ୍ରତ୍ୟାର୍ପଣ ପ୍ରକ୍ରିୟା ଶେଷ ହେବା ପରେ ଭାରତୀୟ ଅଧିକାରୀମାନେ ଅନମୋଲକୁ ଧରି ସ୍ୱଦେଶ ଫେରୁଛନ୍ତି। ବୁଧବାର ଦିନ ଅନମୋଲ ଭାରତରେ ପହଞ୍ଚିବ l ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଅନମୋଲ। ଏହାବାଦ ଆହୁରି ଅନେକ ଅପରାଧିକ କାର୍ଯ୍ୟକଳାପରେ ଅନମୋଲର ଭୂମିକା ରହିଛି।ବିଷ୍ଣୋଇ ଗ୍ୟାଙ୍ଗ ଉତ୍ତର ଆମେରିକାରେ ତା’ର ନେଟୱର୍କ ଚଳାଉଥିବା ବେଳେ କିଛି ଦିନ ତଳେ ଆମେରିକାରେ ଧରାପଡ଼ିଥିଲା ଅନମୋଲ। ଏହାପରେ ଭାରତୀୟ ଏଜେନ୍ସି ପକ୍ଷରୁ ତା’ର ପ୍ରତ୍ୟାର୍ପଣ ପାଇଁ ଦାବି କରାଯାଇଥିଲା ଆମେରିକା ପକ୍ଷରୁ ଅନମୋଲର ପ୍ରତ୍ୟାର୍ପଣକୁ ଅନୁମତି ଦିଆଯାଇଛି।

Comments are closed, but trackbacks and pingbacks are open.