ହାଇୱା ଧକ୍କାରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ

30

ହାଇୱା ଧକ୍କାରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ୨୭ଟି ଛେଳି ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଓଡ଼ଗାଁ- ବାହାଡାଝୋଲା ରାସ୍ତାରେ ଘଟିଥିବା ଜଣାପଡ଼ିଛି । ବିଳମ୍ୱିତ ରାତିରେ ଗୌଡ଼ପୁଟ ଗୋଲାସାହିର ସୁବାସ ପାତ୍ର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଛେଳି ଗୋଠ ଧରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଓଡ଼ି ୨୫ ଜି ୭୨୯୨ ନମ୍ୱର ବିଶିଷ୍ଟ ଏକ ହାଇୱା ଗାଡି ଛେଳି ଗୋଠ ଉପରେ ଚଢ଼ି ଯାଇଥିଲା ।ଯାହା ଫଳରେ ଘଟଣାସ୍ଥଳରେ ୫୦ ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ୨୭ଟି ଛେଳି ଗୁରୁତର ଭାବେ ଆହତ ମଧ୍ୟ ହେଇଛନ୍ତି ।

ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ହାଇୱାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଛେଳି ପାଳିଥିବା ଲୋକ ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ସେମାନେ ଦାବି କରିଛନ୍ତି । (ଫୋଟୋ ସୌଜନ୍ୟ :ସୋସିଆଲ ମିଡ଼ିଆ)

Leave A Reply

Your email address will not be published.