ଝୁଲାପୋଲ ଭୁଶୁଡି ୪୦ରୁ ଉର୍ଦ୍ଧ୍ୱ ମୃତ ବହୁ ଆହତ

22

ଗୁଜୁରାଟ : ରବିବାର ସନ୍ଧ୍ୟାରେ ଗୁଜରାଟର ମୋର୍ବି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମାଧୁ ନଦୀ ଉପରେ ନିର୍ମିତ କେବୁଲ ବ୍ରିଜ ହଠାତ୍ ଭୁସୁଡ଼ିଯିବାରୁ ଅନେକ ଲୋକ ନଦୀ ଭିତରେ ଭାସି ଯାଇଥିଲେ I ଦୁର୍ଘଟଣା ସମୟରେ ବ୍ରିଜ ଉପରେ ପ୍ରାୟ ୪୦୦ ଲୋକ ଉପସ୍ଥିତ ଥିଲେ, ସେଥିମଧ୍ୟରୁ ୧୦୦ ଲୋକ ନଦୀରେ ପଡ଼ିଯାଇଥିଲେ | ମୋର୍ବି ସିଭିଲ ହସ୍ପିଟାଲର ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି I ଏଥିରେ ଅଧିକାଂଶ ଛୋଟ ପିଲା ରହିଛନ୍ତି I ଅଧିକାରୀ କହିଛନ୍ତି ଯେ ୫୦ ରୁ ଅଧିକ ଲୋକଙ୍କୁ ଅଚେତ ଅବସ୍ଥାରେ ସରକାରୀ ଡାକ୍ତରଖାନାକୁ ଅଣାଯାଇଛି। ସେହିପରି ଅନେକ ଲୋକ ବର୍ତ୍ତମାନ ଯାଏଁ ନିଖୋଜ ରହିଛନ୍ତି I

ସୂଚନାନୁସାରେ ମଚ୍ଛୁନଦୀ ଉପରେ ନିର୍ମିତ ଏହି ପୁରୁଣା ପୋଲଟି ୫ ଦିନ ପୂର୍ବରୁ ମରାମତି ହୋଇ ସର୍ବସାଧାରଣ ପାଇଁ ଖୋଲାଯାଇଥିଲା। ଏହାକୁ ଗୁଜୁରାଟ ର ଐତିହ ଭାବରେ ଘୋଷଣା କରାଯାଇଥିଲା I ଏହି ପୋଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ଡକାଯାଇଥିଲା। ପୋଲଟି ମରାମତି ପାଇଁ ୭ ମାସ ବନ୍ଦ ରହିବା ପରେ ଦୀପାବଳି ପରେ ଏହା ଖୋଲାଯାଇଥିଲା I

ଏହି ପୋଲର ମରାମତି କାମ ଓଢାବଜୀ ପଟେଲ କମ୍ପାନୀ ପକ୍ଷରୁ ଓରେଭା ଗ୍ରୁପ୍‌ ଠିକା ନେଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି ରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ, ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆଜି ଛୁଟିଦିନ ହୋଇଥିବାରୁ ଏଠାରେ ବହୁତ ଭିଡ଼ ଜମିଥିଲା ​​| ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଶହ ଶହ ଲୋକ ଉପସ୍ଥିତ ଥିବା କୁହାଯାଉଛି।

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ I ଏହା ସହିତ ତୁରନ୍ତ ଉଦ୍ଧାର କାର୍ଯ୍ୟ ଏବଂ ପରିସ୍ଥିତି ଉପରେ ନଜର ରଖିବା ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ କହିଛନ୍ତି।

Comments are closed, but trackbacks and pingbacks are open.