ରାଜ୍ୟରେ ୩ କୋଟି ରୁ ଉପରେ ଟିକାକରଣ, ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

28

ରାଜ୍ୟରେ ଏପର୍ଯ୍ୟନ୍ତ ୩ କୋଟି ରୁ ଉର୍ଧ୍ଵ ଟୀକାକରଣ ହୋଇଥିବାନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣର ଅଗ୍ରଗତି କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଧନ୍ୟବାଦ ଜଣାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣରେ ରାଜ୍ୟକୁ ଏପରି ସଫଳତାର ଶ୍ରେୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହି କାମରେ ଓଡ଼ିଶାରବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଥିବାରୁ ଓ ରାଜ୍ୟରେ ୩ କୋଟି ଟିକାକରଣ ହୋଇଥିବା ନେଇ ସମସ୍ତଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.