ଖୋର୍ଦ୍ଧା ଅଞ୍ଚଳ ରୁ ୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୪ ଗିରଫ

30

ଭୁବନେଶ୍ୱର : ଖୋର୍ଦ୍ଧା ଅଞ୍ଚଳ ରୁ ପୁଣି ଜବତ ହେଲା ଧଳା ଜହର I ଏହି ବ୍ରାଉନ ସୁଗାର କାରବାର ଅଭିଯୋଗ ରେ ୪ ଜଣ ଙ୍କୁ ଗିରଫ କରିଛି ଏସଟିଏଫ I ଅଭିଯୁକ୍ତମାନଙ୍କ ଠାରୁ ୧.୩୦ କେଜି ବ୍ରାଉନ୍ ସୁଗର ସହିତ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗରର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏସ୍‌ଟିଏଫ୍ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ଏସ୍‌ଟିଏଫ୍‌ ଖୋର୍ଦ୍ଧାର ଏକ ସ୍ଥାନରେ ଚଢାଉ କରିଥିଲା । ତେବେ ଏହି ଚଢାଉରେ ଏସ୍‌ଟିଏଫ୍‌କୁ ୧ କେଜି ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରି ୪ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ରାଜେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଓ ସନ୍ତୋଷ ରାଉତରାୟ। ରାକେଶ ଓ ବିରଞ୍ଚିର ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ କୋଚିଲାବଣ ସାହିରେ ହୋଇଥିବା ବେଳେ ଜଗବନ୍ଧୁର ଘର ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ସପ୍ନେଶ୍ୱର ସାହିରେ। ସନ୍ତୋଷର ଘର ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳରେ।

ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଖୋଲତାଡ କରୁଛି ଏସ୍‌ଟିଏଫ୍‌ । ଏପିରିକି ଚାରି ଜଣଙ୍କୁ ପଚରାଉଚରା ମଧ୍ୟ କରୁଛି ଏସ୍‌ଟିଏଫ୍‌ । ସେହିପରି ୨୦୨୦ ପରଠାରୁ ଏସ୍‌ଟିଏଫ୍‌ ଦ୍ବାରା ୫୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହେବା ସହ ଗିରଫ ହେଲେଣି ୧୫୬ ଜଣ ନିଶଦ୍ରବ୍ୟ ବ୍ୟବସାୟୀ ।

Comments are closed, but trackbacks and pingbacks are open.