ଫ୍ୟାନଙ୍କ ଆଗେ ଜଣାଇଲେ ମାସିକ ରୋଜଗାର

32

କିଏ କହେ ତାଙ୍କୁ ‘କିଙ୍ଗ୍‌ ଅଫ୍‌ ରୋମାନ୍ସ’ ତ ପୁଣି କିଏ କହେ ତାଙ୍କୁ ‘କିଙ୍ଗ୍‌ ଖାନ୍’। ସେ ହେଉଛନ୍ତି ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ବାଦଶାହା ଶାହାରୁଖ୍‌ ଖାନ୍‌। ଶାହରୁଖ୍‌ ଖାନ୍‌ ସବୁବେଳେ ଚର୍ଚ୍ଚାରେ । ତାଙ୍କର ରୋମାନ୍ସ ଆଉ ଅଭିନୟରେ ସମସ୍ତେ ବିଭୋର । ଦର୍ଶକଙ୍କ ହୃଦୟରେ ଶାହରୁଖ୍‌ଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।

ତେବେ ଆଗାମୀ ଫିଲ୍ମ ପଠାନ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଯେତିକି ବିବାଦ ଦେଖାଯାଉଛି ସେତିକି ଚର୍ଚ୍ଚା ବି ହେଉଛି । ଲାଗୁଛି ଯେମିତି ଶାହରୁଖ୍‌ଙ୍କ ଏହି ଫିଲ୍ମ ବଲିଉଡ୍‌କୁ ଏକ ଦିଗ ଦେଖାଇବ । ଫିଲ୍ମ ବ୍ଲକ୍‌ ବଷ୍ଟର ହିଟ୍‌ ହେବ ବୋଲି ଏବେଠୁ ଶାହାରୁଖ୍‌ଙ୍କ ଫ୍ୟାନ୍‌ମାନେ ଖୋଲାଖୋଲି ଲେଖିଲେଣି । ଅର୍ଥାତ ସମସ୍ତଙ୍କ ମନରେ ପଠାନ୍‌କୁ ନେଇ ଖୁବ୍‌ ଉତ୍ସୁକତା ରହିଛି ।

ତେବେ ଏହାରି ଭିତରେ ଶାହରୁଖ୍‌ ଖାନ୍‌ ଆଉ ଏକ ଘଟଣା ପାଇଁ ଚର୍ଚ୍ଚାରେ ଅଛନ୍ତି । ଆଉ ତାହା ହେଲା ତାଙ୍କର ମାସିକ ରୋଜଗାର କେତେ । ନୂଆ ବର୍ଷରେ ଶାହରୁଖ୍‌ ଏକ #AskSRK ସେସନ୍‌ ଆରମ୍ଭ କରିଥିଲେ । ଯେଉଁଥିରେ ସେ ସିଧାସଳଖ ନିଜର ଫ୍ୟାନ୍‌ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଫ୍ୟାନ୍‌ମାନେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆଉ ଶାହରୁଖ୍‌ ସମସ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ।

Comments are closed, but trackbacks and pingbacks are open.