ଓଡ଼ିଶାରୁ ମୌସୁମୀ ର ଘରବାହୁଡା

18

ଚଳିତବର୍ଷ ଓଡିଶାକୁ ମୌସୁମୀର ଆଗମନ ସଠିକ ସମୟରେ ହୋଇଥିଲେ ମଧ୍ୟ ୭ ଦିନ ବିଳମ୍ବରେ ବାହୁଡ଼ି ଯାଉଛି I ଏ ବର୍ଷ ମୌସୁମୀ ବର୍ଷା ର ପ୍ରଦର୍ଶନ ଆଶାଜନକ ନ ଥିଲା I ଜୁଲାଇ ଓ ଅଗଷ୍ଟରେ ଭଲ ବର୍ଷା ହୋଇନଥିବାରୁ ଚାଷୀକୁଳ ହତାଶ ହୋଇ ପଡ଼ିଥିଲେ I ଏ ପରିକି ରାଜ୍ୟ ରେ ପ୍ରାୟ ଅଂଚଳରେ ମରୁଡି ର ପଦ ଧ୍ୱନି ଶୁଭିଥିଲା I କିନ୍ତୁ ସେପ୍ଟେମ୍ବରର ବର୍ଷା ଆଶ୍ବସ୍ତି ଆଣିଦେଇଥିଲା I ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଲଗାତାର ଲଘୁଚାପ ଫଳରେ ବର୍ଷାର ପରିମାଣ ବଢିଥିଲା । ଜୁନ୍‌‌ରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବରରେ ମଧ୍ୟ ୨ଟି ଲଘୁଚାପ କାରଣରୁ ଅକ୍ଟୋବର ତୃତୀୟ ସପ୍ତାହ ମଧ୍ୟ ବର୍ଷାରେ ଭିଜିଥିଲା । କେବଳ ଅକ୍ଟୋବର ୧୪ରୁ ୨୦ ମଧ୍ୟରେ ରାଜ୍ୟରେ ୪୭.୧ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ବାଭାବିକଠାରୁ ଖୁବ୍‌ ଅଧିକ। ତଥାପି ‌ଅକ୍ଟୋବରର ବର୍ଷାର ପରିମାଣ ନିଅଣ୍ଟିଆ ସ୍ଥିତିରେ ରହିଛି। ପାଣିପାଗ ରିପୋର୍ଟ ରୁ ଯାହା ଜଣାପଡିଛି ୧୯୪୫ମସିହାରୁ ୨୦୨୧ ମଧ୍ୟରେ ଚଳିତ ସେପ୍ଟେମ୍ବରରେ ହୋଇଥିବା ବର୍ଷା ହେଉଛି ୪ର୍ଥ ସର୍ବାଧିକ ବର୍ଷା ଅକ୍ଟୋବରରେ ସ୍ବାଭାବିକ ଭାବେ ୧୦୦.୨ମିମି ବର୍ଷା ହୋଇଥାଏ ।
ଅନ୍ୟପଟେ ଚଳିତ ମୌସୁମୀରେ ପୁରୀ ଓ ଜଗତସିଂହପୁରରେ ସ୍ବାଭାବିକଠାରୁ ଖୁବ୍‌ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଏଥିସହ ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର ଆଦି ୬ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିଲା । ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ବାଭାବିକ ବର୍ଷା ‌ରେକର୍ଡ ହୋଇଛି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟ‌ରେ ୧୧୪୬ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୯% କମ୍‌ ହୋଇଥିଲେ ବି ସ୍ବାଭାବିକ ପରିସରଭୁକ୍ତ ବୋଲି କୁହାଯାଇପାରେ । ଦେଖାଯାଇଛି ଯେ ସ୍ବାଭାବିକ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ସେପ୍ଟେମ୍ବର ୧ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥାଏ । ଏହାର ୪୫ଦିନ ପରେ ଅର୍ଥାତ ଅକ୍ଟୋବର ୧୫ରୁ ଓଡ଼ିଶାରୁ ମୌସୁମୀ ଫେରିବା ଆରମ୍ଭ କରେ । କିନ୍ତୁ ଚଳିତବର୍ଷ ୩୬ ଦିନ ବିଳମ୍ବରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାକୁ ହିସାବକୁ ନେଲେ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶାରୁ ମୌସୁମୀ ଫେରିବାର ଥିଲା । କିନ୍ତୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ବରିତ ବେଗରେ ସରିଥିବା ବେଳେ ମାତ୍ର ୨୦ଦିନରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଯାଇଛି ।

Leave A Reply

Your email address will not be published.