ମାଙ୍କଡ଼ ର ପ୍ରତିଶୋଧ :ପାଖାପାଖି ୨୫୦ କୁକୁର ଛୁଆଙ୍କୁ ଛାତ ରୁ ତଳକୁ ଫୋପାଡ଼ି ମାରିସାରିଲାଣି

21

ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ,କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ଘଟଣା I ଘଟଣାରେ ଘଟିଛି ମହାରାଷ୍ଟ୍ର ର ଭିଡ଼ ଜିଲ୍ଲା ମାଜଳଗାଓଁ ରେ I ପ୍ରାୟ ଏକ ମାସ ପୂର୍ବରୁ ଗୋଟିଏ ମାଙ୍କଡର ଛୁଆକୁ କିଛି କୁକୁର ପଲ ଝୁଣି ମାରିଦେଇଥିଲେ I ଏହାକୁ ଦେଖି ସେହି ଅଂଚଳରେ ଥିବା ସବୁ ମାଙ୍କଡ଼ ମାନଙ୍କ ରକ୍ତ ଗରମ ହେଇଉଠିଥିଲା I ସେହି ମାଙ୍କଡ଼ ମାନେ ନିଜ ନିଜ ଅଂଚଳରେ ଥିବା ଯେତେ ସବୁ କୁକୁର ଛୁଆଙ୍କୁ ଉଠାଇ ନେଇ ଗଛ ଉପରୁ ନ ହେଲେ ଛାତ ଉପରୁ ତଳକୁ ଫୋପାଡ଼ି ମାରିଦେଉଛନ୍ତି I ଗୋଟିଏ ପରେ ଗୋଟିଏ ମାଙ୍କଡ ନିଜ ଅଞ୍ଚଳର ସମସ୍ତ କୁକୁରକୁ ସଫା କରି ପ୍ରାୟ ୨୫୦ କୁକୁରଛୁଆ ଙ୍କୁ ମାରି ସାରିଲେଣି । ଏ ପରିକି ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛେଇ ନାହାନ୍ତି I ମାଙ୍କଡ଼ ମାନଙ୍କର ଏଭଳି ପ୍ରତିଶୋଧ ପରାୟଣ ହେବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି I
ଗ୍ରାମବାସୀମାନେ ଏ ନେଇ ଜଙ୍ଗଲ ବିଭାଗକୁ ଖବର ଦେବା ସହ ସ୍ଥାନୀୟ ଅଞ୍ଚଳରୁ ମାଙ୍କଡମାନଙ୍କୁ ଧରିବା ପାଇଁ ଦାବି କରିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ କିଛି ଗାର୍ଡଙ୍କୁ ପଠାଯାଇ ମାଙ୍କଡମାନଙ୍କୁ ଧରିବା ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ଗୋଟିଏ ବି ମାଙ୍କଡଙ୍କୁ ଧରିବାରେ ସଫଳ ହୋଇନାହାନ୍ତି । ଫଳରେ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.