୨୩ ବର୍ଷ ଧରି ପଳାତକ ମୋନିକା କପୁର ଆମେରିକାରେ ଗିରଫ

264

ନୂଆଦିଲ୍ଲୀ: ସିବିଆଇକୁ ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୨୩ ବର୍ଷ ଧରି ପଳାତକ ଥିବା ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରୁ ହେପାଜତରେ ଭାରତ ଅଣାଯାଉଛି। ଏହି କାର୍ଯ୍ୟ ୯ ଜୁଲାଇ ୨୦୨୫ରେ ସମାପ୍ତ ହୋଇଥିଲା। ୨୦୦୨ ମସିହାର ଆମଦାନୀ-ରପ୍ତାନି ଠକେଇ ମାମଲାରେ ମୋନିକା କପୁର ମୁଖ୍ୟ ଅଭିଯୁକ୍ତ ଥିଲେ। ମୋନିକା ଓଭରସିଜର ମାଲିକ ମୋନିକା କପୁର, ତାଙ୍କ ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କ ସହିତ ମିଶି ଜାଲ୍ ରପ୍ତାନି ଡକ୍ୟୁମେଣ୍ଟ ଯେପରିକି ସିପିଂ ବିଲ୍, ଇନଭଏସ୍ ଏବଂ ବ୍ୟାଙ୍କ ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲେ। ଏହି ନକଲି ଡକ୍ୟୁମେଣ୍ଟ ଆଧାରରେ, ସେମାନେ ୧୯୯୮ ମସିହାରେ ୬ଟି ରିପ୍ଲେନିସମେଣ୍ଟ ଲାଇସେନ୍ସ ପାଇଥିଲେ, ଯାହା ସାହାଯ୍ୟରେ ୨.୩୬ କୋଟି ଟଙ୍କାର ଡ୍ୟୁଟି-ଫ୍ରି ସୁନା ଅର୍ଡର କରାଯାଇଥିଲା। ଏହା ପରେ ଏହି ଲାଇସେନ୍ସଗୁଡ଼ିକୁ ଅହମ୍ମଦାବାଦର କମ୍ପାନୀ ଡିପ୍ ଏକ୍ସପୋର୍ଟସକୁ ପ୍ରିମିୟମ୍ ରେ ବିକ୍ରି କରାଯାଇଥିଲା। ଡିପ୍ ଏକ୍ସପୋର୍ଟସ ସେଗୁଡ଼ିକୁ ସୁନା ଆମଦାନୀ କରିବା ପାଇଁ ବ୍ୟବହାର କରିଥିଲା, ଯାହା ଦ୍ୱାରା ସରକାରଙ୍କୁ ୧.୪୪ କୋଟି ଟଙ୍କାର କ୍ଷତି ହୋଇଥିଲା।

Comments are closed, but trackbacks and pingbacks are open.