ଆଳୁ ପାଇଁ ମମତାଙ୍କ ସହ କଥାହେଲେ ମୋହନ

164

ଭୁବନେଶ୍ୱର : ଆଳୁ ଯୋଗାଣ ନେଇ ଟେଲିଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥରେ କଥା ହୋଇଛନ୍ତି। ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ୱାଭାବିକ ହୋଇଥିଲା। ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଛନ୍ତି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed, but trackbacks and pingbacks are open.