ଦିଲ୍ଲୀରେ ମୋଦୀଙ୍କ “ରୋଡ୍ ଶୋ “

23

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସୋମବାର ଏକ ମେଗା ରୋଡ୍ ଶୋ’ କରିଛନ୍ତି । ଏହି ରୋଡ୍ ଶୋ’ ପଟେଲ ଛକରୁ ବାହାରି ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରକୁ ଯାଇଥିଲା । ଏହି ସମୟରେ ରାସ୍ତାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଦିଲ୍ଲୀର ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରରେ ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହେଉଛି । ରୋଡ ଶୋ’ ପରେ ମୋଦି ବୈଠକ ପାଇଁ ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରରେ ପହଞ୍ଚିଥିଲେ । ଏହି ସଭାରେ ଲୋକସଭା ଏବଂ ବିଧାନସଭାର ଏଜେଣ୍ଡା ସ୍ଥିର ହେବ । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଦଳର ବହୁ ବରିଷ୍ଠ ନେତା ଏହି ସଭାରେ ଯୋଗ ଦେବେ ।

ତେବେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ପରେ ଦଳର ଏହା ହେଉଛି ପ୍ରଥମ ବୈଠକ । ଦେଶର ସାମ୍ପ୍ରତିକ ପ୍ରସଙ୍ଗ ଏବଂ ଦଳ ମଧ୍ୟରେ ସାଂଗଠନିକ ପ୍ରସଙ୍ଗ ଉବରେ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.