ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରତିଶ୍ରୁତି ଦେଇଥିଲେ। ଏକ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାର ଦୂରର କଥା ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପ୍ରତିଫଳିତ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଏକ ବର୍ଷ ପୂର୍ତ୍ତି ପାଇଁ ଓଡ଼ିଶାଗସ୍ତ କରୁଛନ୍ତି ଏହା ଓଡ଼ିଶାବାସୀଙ୍କ ପ୍ରତି ଉପହାସ ବୋଲି ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆସନ୍ତା କାଲି ତାଙ୍କର ଗସ୍ତ ଅବସରରେ ଓଡ଼ିଶାବାସୀଙ୍କୁ ଜଣାଇବେ କି ରାଜ୍ୟରେ ବେକାରୀ ସମସ୍ୟା କେବେ ଦୂର ହେବ? ପ୍ରତ୍ୟେକ ଦିନ ନାରୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଉପରେ ତାଙ୍କର ଡବଲ ଇଞ୍ଜିନ ସରକାର କେବେ ପଦକ୍ଷେପ ନେବେ। ରାଜ୍ୟରେ ଆଇନ ଶୃଙ୍ଖଳା ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା କେବେ ସୁଧାର ଆସିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ରାଜ୍ୟ ଯୁବ କଂଗ୍ରେସ ତିବ୍ର ବିରୋଧ କରିବା ସହ ଆସନ୍ତାକାଲିର ଦିନକୁ ଏକ କଳା ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଶ୍ରୀ ସାମଲ ନିବେଦନ କରିଛନ୍ତି। ରାଜ୍ୟ ସରକାର ଏକ ବର୍ଷର ପୂର୍ତି ପାଳୁଥିବାବେଳେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଵାସ୍ଥ୍ୟ ବିଭାଗ କୋମାରେ ପଡ଼ିରହିଛି। ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିଲା ତାହା ପାଳନ କରିବାରେ ସଂପୂର୍ଣ ବିଫଳ ହୋଇଛି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
Comments are closed, but trackbacks and pingbacks are open.