ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

474

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମଙ୍ଗଳବାର ଦକ୍ଷିଣ ଆଫ୍ୟିକା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ୨୨ ରୁ ୨୪ଅଗଷ୍ଟ ମଧ୍ୟରେ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ୨୦୧୯ ପରଠାରୁ ପ୍ରଥମ ଥର ପାଇଁ ବ୍ରିକ୍ସ ଦେଶ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାର ନେତାମାନେ ଗୋଟିଏ ପ୍ଲାଟଫର୍ମରେ ଉପସ୍ଥିତ ହେବେ। ବ୍ରିକ୍ସ ସମ୍ମିଳନୀ ପ୍ରଥମେ କରୋନା ଭାଇରସ ମହାମାରୀ ଏବଂ ପରବର୍ତ୍ତୀ ବିଶ୍ୱ ସ୍ତରୀୟ ପ୍ରତିବନ୍ଧକ ପରେ ବ୍ୟକ୍ତିଗତ ଭାବରେ ଅନୁଷ୍ଠିତ ହେବ।
ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ ରୁ ୨୪ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିବେ। ଏହି ସମୟରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାରିବେ। ଏହି ସମ୍ମିଳନୀକୁ ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ଡାଏଲଗର ଆୟୋଜନ କରାଯାଇଛି, ଯେଉଁଥିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆମନ୍ତ୍ରିତ ଅନ୍ୟ ଦେଶମାନେ ଯୋଗଦେବେ। ଜୋହାନ୍ସବର୍ଗରେ ଉପସ୍ଥିତ ଥିବା କେତେଜଣ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବେ।

Comments are closed, but trackbacks and pingbacks are open.