ବନ୍ଦିପୁର ବ୍ୟାଘ୍ର ସଂରକ୍ଷିତ ଅଂଚଳ ପରିଦର୍ଶନ କଲେ ମୋଦି

3,080

ଆଜି ଆସିବ ବାଘ ଗଣନା ରିପୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ସ୍ଥିତ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଇଂଟରନ୍ୟାସନାଲ ବିଗ୍ କ୍ୟାଟ୍ସ ଆଲାଏନ୍ସର ଶୁଭାରମ୍ଭ କରିବା ସହ ଦେଶର ବାଘ ଗଣନା ରିପୋର୍ଟ ଜାରି କରିବେ । ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୂରଣ କରିଥିବା ଅବସରରେ ମହୀଶୂରରେ ଆଜିଠାରୁ ୩ ଦିନିଆ କଞ୍ଜରଭେସନ୍ କନ୍ଫରେନ୍ସ ଆରମ୍ଭ ହେବାକୁ ଯାଉଛି ।

୧୯୭୩ ଏପ୍ରିଲ ୧ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲେ । ଏହି ସମ୍ମିଳନୀରେ ଭାରତରେ ବାଘ ସୁରକ୍ଷା ପାଇଁ ନିଆଯାଇଥିବା ସଫଳ ପଦକ୍ଷେପ ସଂପର୍କରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯିବ । ଆଜି ପ୍ରଧାନମନ୍ତ୍ରୀ ବନ୍ଦିପୁର ବ୍ୟାଘ୍ର ସଂରକ୍ଷିତ ଅଂଚଳ ପରିଦର୍ଶନ କରିଛନ୍ତି ।

ଏହା ସହ ବାଘ ବଂଶର ସୁରକ୍ଷା ତଥା ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଥେପ୍ପକାଡୁ ହାତୀ କ୍ୟାମ୍ପ ବୁଲିବା ସହ ମାହୁନ୍ତ ଓ ଅନ୍ୟ କର୍ମଚାରୀଙ୍କ ସହ କଥା ହେବେ ।

Comments are closed, but trackbacks and pingbacks are open.