ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ: ଯୋଗ ଦେବେ ଏହି ବିଦେଶୀ ନେତା

48

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ରାନିଲ ବିକ୍ରମସିଂହେ; ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜ୍ଜୁ; ସେସେଲ୍ସର ଉପ ରାଷ୍ଟ୍ରପତି ମହାମହିମ ଅହମ୍ମଦ ଅଫିଫ୍; ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା; ମରିସସ୍ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବିନ୍ଦ କୁମାର ଜଗନ୍ନାଥ; ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’; ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ସେରିଙ୍ଗ ତୋବଗେ ଯୋଗ ଦେବା ପାଇଁ ଭାରତର ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ଉପରୋକ୍ତ ନେତାମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ସହ ସେହି ଦିନ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜିରେ ଯୋଗ ଦେବେ। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନେତାମାନଙ୍କ ଗସ୍ତ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ଦୃଷ୍ଟିକୋଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି।

Comments are closed, but trackbacks and pingbacks are open.