NEET ପେପର ଲିକ୍ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମୋଦି: କହିଲେ, “ସରକାର ଛାତ୍ରଛାତ୍ରୀଙ୍କ ସହ ଅଛନ୍ତି”

36

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ହଙ୍ଗାମା ଯୋଗୁଁ ଉଭୟ ସଦନର କାର୍ଯ୍ୟପନ୍ଥା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନଡିଏ ପାର୍ଲାମେଣ୍ଟାରୀ ପାର୍ଟିର “ମଙ୍ଗଳ ମିଳନ” ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏନଡିଏର ସମସ୍ତ ସହଯୋଗୀ ଦଳର ନେତାମାନେ ସାମିଲ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସମ୍ବୋଧିତ କରିଥିଲେ। NEET ପେପର ଲିକ୍ କୁ ନେଇ ସୃଷ୍ଟି ହୋଇଥିବା ଚିନ୍ତାଜନକ ପରିସ୍ଥିତିରେ ସରକାର ସମ୍ପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ଅବ୍ୟବସ୍ଥା ସହ ସଂପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଆଇନଗତ ଓ ବରିଷ୍ଠ ଓକିଲଙ୍କ ପରାମର୍ଶ କ୍ରମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। NEET ପେପର ଲିକ୍ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ। ଏହାକୁ ନେଇ କୌଣସି ପ୍ରକାର ରାଜନୀତି କରାଯିବା ଉଚିତ ନୁହେଁ। କେବଳ କେନ୍ଦ୍ର ନୁହେଁ, ଯେଉଁଠି ବି ପେପର ଲିକ୍ ହେଉଛି ସେଠାରେ ରାଜ୍ୟ ସରକାରମାନେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

Comments are closed, but trackbacks and pingbacks are open.