କମଳା ହ୍ୟାରିସ ଙ୍କୁ ପ୍ରଶଂସା କରିବା ସହ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି

32

କରୋନାର ଦ୍ୱିତୀୟ ଲହର ସମୟରେ ଭାରତକୁ ଆମେରିକା ସହଯୋଗର ହାତ ବଢ଼ାଇଥିବାରୁ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଆମେରିକା ର ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏଥିସହ ସେ ହ୍ୟାରିସଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଏହାବାଦ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଆଗକୁ ସୁସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଉଭୟ ନେତା ଏହି ବୈଠକ ପରେ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ହ୍ୟାରିସଙ୍କ ସହ ବୈଠକ ପରେ ମୋଦି କହିଛନ୍ତି, ଭାରତ ଓ ଆମେରିକା ନାଚ୍ୟୁରାଲ ପାର୍ଟନର। ଆମେ ସମାନ ମୂଲ୍ୟବୋଧ ଓ ଜିଓ ପଲଟିକାଲ ସ୍ୱାର୍ଥକୁ ସବୁବେଳେ ଗୁରୁତ୍ୱ ଦେଇଥାଉ। ଭାରତ ଓ ଆମେରିକା କେବଳ ସବୁଠାରୁ ପୁରୁଣା ଓ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରହିସାବ ରେ ଉଭୟ ସବୁବେଳେ ସମାନ ନୀତିରେ କାର୍ଯ୍ୟ କରନ୍ତି।
ମୁଁ ନିଶ୍ଚିତ ଯେ ରାଷ୍ଟ୍ରପତି ବାଇଡେନ ଓ ଆପଣ(ହ୍ୟାରିସ)ଙ୍କ ସମୟରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଶୀର୍ଷରେ ପହଞ୍ଚିବ। ମୋଦି ଉପରାଷ୍ଟ୍ରପତି ହ୍ୟାରିସଙ୍କୁ ବିଶ୍ୱବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ ବର୍ଣ୍ଣନା କରି ତାଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି।

Leave A Reply

Your email address will not be published.