ଜାପାନ ଗସ୍ତରେ ମୋଦୀ

100

ନୂଆଦିଲ୍ଲୀ: ପରଲୋକଗତ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଜାପାନ ଗସ୍ତରେ ଯାଇଛନ୍ତି । ମଙ୍ଗଳବାର ଜାପାନର ରାଜଧାନୀ ଟୋକିଓରେ ସିଞ୍ଜୋଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଅନୁଷ୍ଠିତ ହେବ । ଏଥିରେ ୨୧୭ଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଉଥିବାବେଳେ ୨୦ ଜଣ ରାଷ୍ଟ୍ରମୁଖ୍ୟ ଅନ୍ତର୍ଭୁକ୍ତ । ଗସ୍ତକାଳରେ ମୋଦୀ ସ୍ୱର୍ଗତ ସିଞ୍ଜୋଙ୍କ ପତ୍ନୀ ଆକିଙ୍କୁ ଭେଟିବା ସହ ଜାପାନ ପ୍ରତିପକ୍ଷ ଫୁମିଓ କିସିଦାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଉଥିବାବେଳେ ଜୁଲାଇ ୮ରେ ଆତତାୟୀ ଗୁଳିରେ ସିଞ୍ଜୋ ପ୍ରାଣ ହରାଇଥିଲେ ।

Comments are closed, but trackbacks and pingbacks are open.