ମେଡିକାଲ୍ ଆଡମିଶନ୍ ନେଇ ମୋଦି କଲେ ବଡ଼ ଘୋଷଣା : ଘରୋଇ ମେଡିକାଲ୍ କଲେଜ୍ ରେ ହେବ ଆଡ଼ମିସନ
ରୁଷିଆ – ୟୁକ୍ରେନ ଯୁଦ୍ଧ ବିବାଦ ମଧ୍ୟରେ ଅପରେସନ ‘ଆକାଶ ଗଙ୍ଗା’ ଜରିଆରେ ୟୁକ୍ରେନ ରୁ ଭାରତୀୟ ମାନଙ୍କୁ ଉଦ୍ଧାର କରାଯାଉଛି I ସେଥିମଧ୍ୟରୁ ସର୍ବାଧିକ ଅଛନ୍ତି ୟୁକ୍ରେନ ରେ ପଢ଼ୁଥିବା ମେଡିକାଲ୍ କଲେଜ୍ ଛାତ୍ର ଛାତ୍ରୀ I ବର୍ତ୍ତମାନ ଅଧାରୁ ପIଠଛଡ଼ି ଆସିଥିବା ଏହି ୟୁକ୍ରେନ୍ ଫେରନ୍ତା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ଚିନ୍ତା ବଢିଛି I ତେବେ ଏ ସଂକ୍ରାନ୍ତରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୟୁକ୍ରେନ ଫେରନ୍ତା ପିଲାମାନଙ୍କର ଘରୋଇ ମେଡିକାଲ୍ କଲେଜ୍ ରେ ହେବ ଆଡ଼ମିସନ I ଘରୋଇ ମେଡିକାଲ୍ କଲେଜ୍ ରେ ଅଧା ସିଟ୍ ଫି’ କମ୍ ରହିବ । ଅଧା ସିଟ୍ ଫି’ ସରକାରୀ ମେଡିକାଲ୍ କଲେଜ୍ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ୍ ନେଇପାରିବେ ନାହିଁ । ଏହା ଦ୍ୱାରା ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ଏହି ପଦକ୍ଷେପ ସଫଳ ରୂପ ନେବ ବୋଲି ଆଶଙ୍କା କରାଯାଉଛି ।
Comments are closed, but trackbacks and pingbacks are open.