ମୋଦି ହେଉଛନ୍ତି ହିଟଲର : ସିଦ୍ଦରମୈୟା

20

ଚଳିତବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସିଦ୍ଦରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମୋଦିଙ୍କୁ ହିଟ୍‌ଲରଙ୍କ ସହ ତୁଳନା କରିଛନ୍ତି।

ତାଙ୍କ ମନ୍ତବ୍ୟକୁ ନେଇ ଭାଜପା ଅସନ୍ତୋଷ ବ୍ୟକ୍ତ କରିଛି।
ବର୍ତ୍ତମାନ ସିଦ୍ଦରମୈୟାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପା କଂଗ୍ରେସ ଦଳକୁ କହିଛି। ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସିଦ୍ଦରମୈୟ ଖାଗେର୍ର୍ଙ୍କୁ ଦଳର ସଭାପତି ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। କଂଗ୍ରେସ ତାଙ୍କ ମନ୍ତବ୍ୟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।
ସୂଚନାଯୋଗ୍ୟ, ଉଡୁପିରେ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି,ଲୋକମାନେ ତାଙ୍କୁ ଭବିଷ୍ୟତରେ ବିଶ୍ୱାସ କରିବେ ନାହିଁ। ତାଙ୍କର ସମୟ ଆଉ ମାତ୍ର କିଛି ଦିନ। ଭାଜପା ଆଉ କ୍ଷମତାକୁ ଆସିବ ନାହିଁ। ହିଟଲରଙ୍କ ସହିତ କ’ଣ ହେଲା। ତାହା ହିଁ ମୋଦିଙ୍କ ସହ ଘଟିବ।

Comments are closed, but trackbacks and pingbacks are open.