ପ୍ଲାଷ୍ଟିକରେ ତିଆରି ଜ୍ୟାକେଟକୁ ନେଇ ଚର୍ଚ୍ଚାରେ ମୋଦୀ !

28

ଚର୍ଚ୍ଚାରେ ମୋଦୀ । ଏକ ଖାସ୍ ଜ୍ୟାକେଟ ପିନ୍ଧି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦକୁ ସେ ଏହି ଖାସ୍ ବ୍ଲୁ ରଙ୍ଗର ଜ୍ୟାକେଟ ପିନ୍ଧି ଆସିଛନ୍ତି । ଯାହାକୁ ନେଇ ସବୁଠି ଆଲୋଚନା । ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ପାଇଁ ସେ ଏହି ଖାସ୍ ଜ୍ୟାକେଟ୍ ପିନ୍ଧି ଆସିଥିଲେ ।

ସୂଚନା ଅନୁସାରେ, ସୋମବାର ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ଇଣ୍ଡିଆ ଏନର୍ଜି ୱିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ତେବେ ସେହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ କର୍ପୋରେଶନ ପିଏମ ମୋଦୀଙ୍କୁ ଏହି ଜ୍ୟାକେଟ ଉପହାର ଦେଇଥିଲେ । ତେବେ ଏହି ଜ୍ୟାକେଟଟି ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଛି । ପ୍ଲାଷ୍ଟିକ୍ ବୋତଲକୁ ରିସାଇକେଲ କରାଯାଇ ଜ୍ୟାକେଟ ତିଆରି କରାଯାଇଛି । ଏପରି ଦଶ କୋଟି ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିବାର ଲକ୍ଷ ରଖାଯାଇଛି ।

ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅବିଭାଷଣ ପରେ ନରେନ୍ଦ୍ର ମୋଦୀ ଦିବା ୩.୩୦ ପରେ ନିଜ ମତ ରଖିବେ । ବିରୋଧୀ ଦଳଙ୍କ ସମେତ ସଂପୂର୍ଣ୍ଣ ଦେଶ ମୋଦୀଙ୍କ ଭାଷଣକୁ ଅନେଇ ବସିଛନ୍ତି । ସମସ୍ତଙ୍କ ମନ ମୋଦୀ ପିନ୍ଧିଥିବା ଜ୍ୟାକେଟ ଉପରେ । ପ୍ରଧାନମନ୍ତ୍ରୀଏତେ ବଡ ମହତ୍ତ୍ୱପୂର୍ଣ୍ଣ ଦିବସରେ ପ୍ଲାଷ୍ଟିକରେ ବନିଥିବା ଏହି ଜ୍ୟାକେଟ ପିନ୍ଧି ଆସିଥିବାରୁ ସମସ୍ତେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି ।

ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ଗୁରୁତ୍ୱକୁ ମଧ୍ୟ କମାଇବ । ଏହା ଦେଶର ବୈଷୟିକ ଜ୍ଞାନ ଓ ବଜାରରେ ଅଗ୍ରଣୀ ଭୂମିକାକୁ ପ୍ରତିପାଦିତ କରିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.