ଆଜି ଅନୁଷ୍ଠିତ ହୋଇଛି କେନ୍ଦ୍ର ସରକାରଙ୍କ ରୋଜଗାର ମେଳା । ଦେଶର ୪୫ଟି ସ୍ଥାନରେ ଏହି ମେଳା ଅନୁଷ୍ଠିତ ହୋଇଛି । ଏହି ରୋଜଗାର ମେଳାରେ ଭର୍ଚୁଆଲରେ ଯୋଗଦେଇ ଦେଶରେ ୭୧ ହଜାର ୪୨୬ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି ଯୁବକ । ନିଯୁକ୍ତି ପତ୍ର ସହ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରୋଜଗାର ମେଳାରେ ଯୁବକଙ୍କୁ ସଶକ୍ତିରଣ କରାଯାଉଛି । ଦେଶର ବିକାଶରେ ସେମାନଙ୍କ ଭାଗିଦାରୀ ମଧ୍ୟ ସୁନିଶ୍ଚିତ କରୁଛି । ନିରନ୍ତର ହେଉଥିବା ଏହି ରୋଜଗାର ମେଳା ସରକାରଙ୍କ ପରିଚୟ ହୋଇଛି ବୋଲି ମୋଦି କହିଛନ୍ତି ।
୨୦୨୩ ବର୍ଷର ପ୍ରଥମ ରୋଜଗାର ମେଳା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ରୋଜଗାର ମେଳା ଆମ ସରକାରଙ୍କ ପରିଚୟ ହୋଇଛି । ଏହି ମେଳା ପ୍ରମାଣିତ କରିଛି ଯେ କିପରି ଆମ ସରକାର ଯାହା ସଙ୍କଳ୍ପ କରେ ତାହା ସିଦ୍ଧ କରି ଦେଖାଏ । ଦେଶରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ରୀୟ ସେବାରେ ଭର୍ତ୍ତି ହେବା ପ୍ରକ୍ରିୟା ପୂର୍ବ ତୁଳନା ଅନୁସାରେ ଅଧିକ ସମୟବଦ୍ଧତା ହୋଇଛି । ସରକାରୀ ଚାକିରି କଲେ ତାହାକୁ ଚାକିରି ନୁହେଁ ସେବା ବୋଲି ଭାବିବାକୁ ହେବ ।’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଶାସନ ବ୍ୟବସ୍ଥାରେ ନାଗରିକ ସବୁବେଳେ ସଠିକ ଆମ ମନ୍ତ୍ର ହେବା ଆବଶ୍ୟକ ।
ଏହି କାର୍ଯ୍ୟକ୍ରମ କେବଳ ସଫଳ ଆଶୟୀଙ୍କ ପାଇଁ ନୁହେଁ ବରଂ କୋଟି କୋଟି ପରିବାରଙ୍କ ପାଇଁ ଆଶାର ନୂଆ କିରଣର ସଞ୍ଚାର କରିବ । ଆଗାମୀ ଦିନରେ ଲକ୍ଷାଧିକ ପରିବାର ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବାର ଲକ୍ଷ୍ୟ ରଖାଯାଇଛି । ବିକଶିତ ଭାରତରେ ସମସ୍ତଙ୍କ ଭୂମିକା ରହିବ । ସମସ୍ତେ ସେମାନଙ୍କ ଦାୟିତ୍ୱକୁ ସଠିକ ଭାବରେ ତୁଲାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Comments are closed, but trackbacks and pingbacks are open.