କନ୍ୟାକୁମାରୀରେ ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

332

କନ୍ୟାକୁମାରୀ: ଦକ୍ଷିଣଭାରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ କନ୍ୟାକୁମାରୀରେ ଆୟୋଜିତ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୋଦୀ ବିରୋଧି ଦଳ ଡିଏମକେ ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ଡିଏମକେ ଏବଂ କଂଗ୍ରେସର ଇଣ୍ଡିଆ ମେଣ୍ଟ ତାମିଲନାଡୁକୁ କେବେ ବିକଶିତ ହେବାକୁ ଦେବ ନାହିଁ । ସେମାନଙ୍କର ଇତିହାସ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଭିତରେ ଘେରି ହୋଇ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ସାଧାରଣ ସଭାରେ ପ୍ରଥମେ ତାମିଲ ଭାଷାରେ କନ୍ୟାକୁମାରୀରେ ଏକତ୍ରିତ ହୋଇଥିବା ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଏହି ସମୟରେ ମୋଦୀ କହିଛନ୍ତି ଯେ, ‘ ୧୯୯୧ ମସିହାରେ, ମୁଁ ଏକତା ଯାତ୍ରରେ କନ୍ୟାକୁମାରୀରୁ କାଶ୍ମୀର ଯାଇଥିଲି । କିନ୍ତୁ ଏବେ ମୁଁ କାଶ୍ମୀରରୁ କନ୍ୟାକୁମାରୀକୁ ଆସିଛି । ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ‘ଦେଶକୁ ଭାଙ୍ଗିବାକୁ ସ୍ଵପ୍ନ ଦେଖୁଥିବା ଲୋକଙ୍କୁ ଜାମ୍ମୁ କାଶ୍ମୀରର ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ବର୍ତ୍ତମାନ ତାମିଲନାଡୁର ଲୋକମାନେ ମଧ୍ୟ ତାହା କରିବାକୁ ଯାଉଛନ୍ତି । ମୋତେ ବର୍ତ୍ତମାନ ତାମିଲନାଡୁରେ ଏକ ବଡ଼ ପରିବର୍ତ୍ତନର ଆଭାଷ ମିଳୁଛି । ଡିଏମକେ ଏବଂ କଂଗ୍ରେସର ଇଣ୍ଡିଆ ଆଲାଇନ୍ସର ସମସ୍ତ ଗର୍ବକୁ ବିଜେପି ଖଣ୍ଡନ କରିବ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଡିଏମକେ ଏବଂ କଂଗ୍ରେସର ଇଣ୍ଡିଆ ମେଣ୍ଟ ତାମିଲନାଡୁର ବିକାଶ କଦାପି କରିପାରିବ ନାହିଁ । ସେମନେ ଲୋକଙ୍କୁ ଲୁଟିବା କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ଗୋଟିଏ ପଟେ ବିଜେପିର ଅନେକ ବିକାଶମୁଳକ ଯୋଜନା ଥିବା ବେଲେ ଅନ୍ୟ ପଟେ ସେମାନଙ୍କ ଦୁର୍ନିତି ରହିଛି । ଇଣ୍ଡିଆ ଆଲାଇନ୍ସର ନାମରେ 2G ସ୍କାମ ଅଛି ଏବଂ ଡିଏମକେ ମଧ୍ୟ ଏଥିରେ ଅଂଶୀଦାର ଅଛି । ଆମ ନାମରେ ଉଡାନ ଯୋଜନା ଅଛି, ଇଣ୍ଡିଆ ଆଲାଇନ୍ସ ନାମରେ ହେଲିକପ୍ଟର ସ୍କାମ ଅଛି । କୋଇଲା ଘୋଟାଲାରେ ମଧ୍ୟ ତାଙ୍କ ନାମ ଅଛି । ଆଉ ଏହା ହିଁ ହେଉଛି ଇଣ୍ଡିଆ ଆଲାଇନ୍ସର ସତ୍ୟତା ବୋଲି କହିଛନ୍ତି ମୋଦୀ ।

Comments are closed, but trackbacks and pingbacks are open.