ଭୁବନେଶ୍ୱରରେ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

40

ଭୁବନେଶ୍ୱର : ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ଶ୍ରା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଭେଣ୍ଡିଂ ଜୋନ୍ ରେ ୪୨ ଟି ଦୋକାନ ଘର ରହିଛି । ଏହି ଜୋନ୍ ର ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ସୁନ୍ଦର ଆଲୋକ ଓ ପାନୀୟ ଜଳ ର ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି ।

ବି.ଏମ୍.ସି. ପକ୍ଷରୁ ନିର୍ମିତ ଏହି ଭେଣ୍ଡିଂ ଜୋନ ଉଦ୍‌ଘାଟନ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

ଅଭିରାମ ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏଥିପାଇଁ ମୋଟ ୧କୋଟି ୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଭେଣ୍ଡିଂ ଜୋନରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆଗକୁ ବିଏମସିର ଅନ୍ୟ ଯୋନରେ ଅନୁରୂପ ମହିଳା ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଥ ଉନ୍ମୁକ୍ତ କରିବାକୁ ବିଏମସି ଯୋଜନା ରଖିଛି।

Comments are closed, but trackbacks and pingbacks are open.